ଭାରତୀୟ ଷ୍ଟେଟବ୍ୟାଙ୍କ ଘୋଟାଲାର ଶିକାର: ଗହଣା କମ୍ପାନି ଦ୍ୱାରା ୮୫୪କୋଟି ଟଙ୍କାର ଠକେଇ ଧରାପଡ଼ିଲା

ନୂଆଦିଲ୍ଲୀ: ଭାରତରେ ବ୍ୟାଙ୍କ ଘୋଟାଲା ଯେମିତି ଶେଷ ହେବାର ନାମ ହିଁ ନେଉ ନାହିଁ । ପିଏନବି ବ୍ୟାଙ୍କ ଘୋଟାଲା ପରେ ପରେ ଭାରତୀୟ ଷ୍ଟେଟବ୍ୟାଙ୍କ ମଧ୍ୟ ଏହି ଘୋଟାଲା ତାଲିକାରେ ସାମିଲ ହୋଇଛି। ପିଏନବିରେ ନିରବ ମୋଦି ଏବଂ ମେହୁଲ ଚୋକସୀଙ୍କ ଦ୍ୱାରା କରାଯାଇଥିବା ୧୪,୬୦୦ କୋଟି ଟଙ୍କାର ଦୁର୍ନୀତି ମାମଲା ଥମି ନଥିବା ବେଳେ ଆଉ ଏକ ବଡ ଧରଣର ଦୁର୍ନୀତି ମୁଣ୍ଡ ଟେକି ଉଠିଛି। ଏସବିଆଇ ଏହି ଦୁର୍ନୀତି ନେଇ ସିବିଆଇକୁ ଲିଖିତ ଭାବେ ଜଣାଇଛି ।

ଏସବିଆଇ ବ୍ୟାଙ୍କ ମୁଖ୍ୟଙ୍କ କହିବା ଅନୁଯାୟୀ, କନିଷ୍କ ଜୁଏଲର୍‌ ୮୫୪ କୋଟି ଟଙ୍କାର ବ୍ୟାଙ୍କ ସହ ଠକାମୀ କରିଛି । ବ୍ୟାଙ୍କ କନିଷ୍କ ଗୋଲ୍‌ଡ ପ୍ରାଇଭେଟ ଲିମିଟେଡ ବିରୋଧରେ ସିବିଆଇ ଯାଞ୍ଚ ଦାବି କରିଛି । ସିବିଆଇକୁ ଲିଖିତ ପତ୍ର ଦେବା ସହ ୮୪୨.୧୫ କୋଟି ଟଙ୍କା ଠକାମୀକୁ ନେଇ ଅଭିଯୋଗ କରିଛି ।

ବର୍ତ୍ତମାନ ସିବିଆଇ ଏହା ଉପରେ କୌଣସି ଅଭିଯୋଗ ରୁଜୁ କରି ନଥିବା ଜଣାପଡିଛି। ଏସବିଆଇ ଅନୁସାରେ କନିଷ୍କ ଗୋଲ୍‌ଡ ପ୍ରାଇଭେଟ ଲିମିଟେଡ୍‌ ୨୦୦୭ ମସିହାରୁ ଲୋନ ନେବା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର