ଆପୋଲୋ ହସ୍ପିଟାଲ୍-ମାଇକ୍ରୋସଫ୍ଟ ବୁଝାମଣା

ଭୁବନେଶ୍ବର: ଆପୋଲୋ ହସ୍ପିଟାଲ୍ ଓ ମାଇକ୍ରୋସଫ୍ଟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଦୁଇ ସଂସ୍ଥା ମିଶି ହୃଦ୍‌ରୋଗ ଆଶଙ୍କା ସ୍କୋର୍ ଏପିଆଇ (ଆପ୍ଲିକେସନ୍ ପ୍ରୋଗ୍ରାମ୍ ଇଣ୍ଟରଫେସ୍‌) ପାଇଁ ଏକ ନ୍ୟାସ୍‌ନାଲ୍ କ୍ଲିନିକାଲ୍ ସମନ୍ବୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଆପୋଲୋ ହସ୍ପିଟାଲ୍, ଏମ୍‌ସ ଦିଲ୍ଲୀ, କିଙ୍ଗ୍ ଜର୍ଜ୍ସ ମେଡ଼ିକାଲ୍ ୟୁନିଭସିର୍ଟି, ଲକ୍ଷ୍ନୌରୁ ପ୍ରମୁଖ ଡାକ୍ତରମାନେ ରହିଛନ୍ତି। ହୃଦରୋଗରେ ପୀଡ଼ିତ ଭାରତୀୟମାନଙ୍କୁ ଅଧିକ ଗୁରୁତ୍ବ ପ୍ରଦାନ କରି ମାଇକ୍ରୋସଫ୍ଟ ଇଣ୍ତିଆ ଓ ଅପୋଲୋ ହସ୍ପିଟାଲ୍ ୨୦୧୮ରେ ପ୍ରଥମ କରି ଏଆଇ ପାୱାରଯୁକ୍ତ ସିଭିଡି ରିସ୍କ ସ୍କୋର୍ ଏପିଆଇ ଆରମ୍ଭ କରିଥିଲେ। ଏହାକୁ ସ୍ବତନ୍ତ୍ର ଭାବେ ଭାରତୀୟଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦,୦୦୦ରୁ ଅଧିକ ଲୋକ ଏହାକୁ ବ୍ୟବହାର କରିସାରିଛନ୍ତି।

ସମ୍ବନ୍ଧିତ ଖବର