ମାତ୍ର ୧ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା ଆପେଲ୍‌ ଆଇଫୋନ୍‌ ଏକ୍ସର ସବୁତକ ଫୋନ୍‌

ନୂଆଦିଲ୍ଳୀ: ନିକଟରେ ଆପେଲ୍‌ ଲଞ୍ଚ କରିଥିବା ଦାମୀ ମୋବାଇଲ୍‌ ଆପେଲ୍‌ ଆଇଫୋନ୍‌ ଏକ୍ସ ମାତ୍ର ୧ ଘଣ୍ଟା ମଧ୍ୟରେ ସବୁ ତକ ବିକ୍ରି ହୋଇ ଶେଷ ହୋଇଯାଇଛି। ଶୁକ୍ରବାର ଭାରତ ସମେତ ସମୁଦାୟ ୫୫ଟି ଦେଶରେ ଏହି ଫୋନ୍‌ଟି ଉପଲବ୍ଧ ହୋଇଥିଲା। ଆଇଫୋନ୍‌ ଏକ୍ସ ଭାରତୀୟ ସମୟରେ ୧୨.୩୦ରେ ପ୍ରି-ବୁକିଂ ଆରମ୍ଭ ହୋଇଥିଲା। ସେହିପରି କାଲିଫର୍ଣ୍ଣିଆର ଆଞ୍ଚଳିକ ସମୟ ଅନୁସାରେ ୧୨.୦୧ ସମୟରେ ପ୍ରି-ବୁକିଂ ଆରମ୍ଭ ହୋଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଘଣ୍ଟାଏରୁ କମ୍‌ ସମୟ ମଧ୍ୟରେ ସମସ୍ତ ସେଟ୍‌ ଆମଜୋନ୍‌ ଏବଂ ଫ୍ଲିପ୍‌କାର୍ଟ ପରି ବ୍ୟବସାୟିକ ସାଇଟ୍‌ରୁ ଶେଷ ହୋଇଯାଇଥିଲା।

ଯଦି ଆପଣ ବି ଏହି ଫୋନ୍‌ ବୁକିଂ କରିବାକୁ ଚାହାନ୍ତି ତେବେ ଉକ୍ତ ମଡେଲ୍‌ଟିକୁ ଗୁଗୁଲ୍‌ରୁ ସର୍ଚ କରନ୍ତୁ। ଦେଖିବେ ସେଠାରେ ସୋଲ୍‌ଡ ଆଉଟ୍‌ ବୋଲି ଦୃଶ୍ୟମାନ ହେବ। ଆପଣ ସେଠାରେ ଦୃଶ୍ୟମାନ ହେଉଥିବା ଏକ ବକ୍ସରେ ନିଜର ମେଲ୍‌ ଆଇଡି ଦେଇ ନୋଟିଫାଏ ମି ରେ କ୍ଲିକ୍‌ କରନ୍ତୁ। ଯେତେବେଳେ ଫୋନ୍‌ ଉପଲବ୍ଧ ହେବ ସେତେବେଳେ ଆପଣଙ୍କୁ ମେଲ୍‌ ଜରିଆରେ ସୂଚୀତ କରାଯିବ।

ଆଇଫୋନ୍‌ ଏକ୍ସ ମଡେଲ୍‌ଟି ସିଲ୍‌ଭର୍‌ ଏବଂ ସ୍ପେସ୍‌ ଗ୍ରେ ରଂଗରେ ଉପଲବ୍ଧ। ୬୪ ଜିବି ଏବଂ ୨୫୬ ଜିବି ଏହି ମଡେଲ୍‌ ୮୯,୦୦୦ରୁ ଆରମ୍ଭ। ମଡେଲ୍‌ଟି ନଭେମ୍ବର ୩ ତାରିଖକୁ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଏହା ଉଭୟ ଜଳ ଏବଂ ଧୂଳି ପ୍ରତିରୋଧକ। ଫୋନ୍‌ଟି ୫.୮ ଇଞ୍ଚ୍‌ର। ଏଥିରେ ୧୨ ମେଗାପିକ୍ସେଲ୍‌ ରେଆର୍‌ କ୍ୟାମେରା ରହିଛି।

 

ସମ୍ବନ୍ଧିତ ଖବର