ଆପଲ୍‌ ଆଣିଲା ଡୁଆଲ୍‌ ସିମ୍‌ ଆଇଫୋନ୍‌

କୁପରଟିନୋ (କାଲିଫର୍ଣ୍ଣିଆ): ଆପଲ୍‌ ପକ୍ଷରୁ ଆଜି ଆଇଫୋନ୍‌ର ତିନିଟି ମଡେଲ୍‌ ଆଇଫୋନ୍‌ ଏକ୍ସଏସ୍‌, ଏକ୍ସଏସ୍‌ ମ୍ୟାକ୍ସ ଓ ଏକ୍ସଆର୍‌କୁ ଉନ୍ମୋଚନ କରାଯାଇଛି। ଏକ୍ସଏସ୍‌ ଜରିଆରେ କଂପାନି ଡୁଆଲ୍‌ ସିମ୍‌ ଫୋନ୍‌ କ୍ଷେତ୍ରରେ ପ୍ରବେଶ କରିଛି। ଏହା କଂପାନିର ପ୍ରଥମ ଡୁଆଲ୍‌ ସିମ୍‌ ଫୋନ୍‌। ଏକ୍ସଏସ୍‌ରେ ୫.୮ ଇଞ୍ଚ, ଏକ୍ସଏସ୍‌ ମ୍ୟାକ୍ସରେ ୬.୫ ଇଞ୍ଚ୍‌ ଓ ଏକ୍ସଆର୍‌ରେ ୬.୧ ଇଞ୍ଚ୍‌ର ସ୍କ୍ରିନ୍‌ ରହିଛି। ତିନି ମଡେଲ୍‌ ମଧ୍ୟରୁ ଏକ୍ସଆର୍‌ର ଦାମ୍‌ ସବୁଠୁ କମ୍‌ ରହିଛି। ଏକ୍ସଏସ୍‌ର ମୂଲ୍ୟ ୭୯୯ ଡଲାରରୁ ଆରମ୍ଭ ହୋଇଛି। ସେହିପରି ଏକ୍ସଏସ୍‌ ମ୍ୟାକ୍ସର ଦର ୧୦୯୯ ଟଙ୍କା ଓ ଏକ୍ସଆର୍‌ର ମୂଲ୍ୟ ୭୪୯ ଡଲାର ରହିଛି। ସବୁ ଫୋନ୍‌ରେ ଶକ୍ତିଶାଳୀ ପ୍ରୋସେସର ଓ କ୍ୟାମେରା ବ୍ୟବହାର କରାଯାଇଥିବା ବେଳେ ଗ୍ରାହକମାନେ ଭଏସ୍‌ କମାଣ୍ଡ୍‌ ଜରିଆରେ ଅନେକ ପ୍ରକାର କାମ କରିପାରିବେ। କଂପାନି ପକ୍ଷରୁ ଆପଲ୍‌ ଓ୍ଵାଚ୍‌ ସିରିଜ୍‌ ୪କୁ ମଧ୍ୟ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର