ଏଣିକି କଲ୍‌ କାଟିଲେ ଦେବାକୁ ପଡ଼ିବ କାରଣ, ବାହାରିଲା ନୂଆ ଆପ୍‌

ନୂଆଦିଲ୍ଲୀ: ଆପେଲ୍‌ ନିଜର ଗ୍ରାହକମାନଙ୍କ ପାଇଁ କିଛି ଦିନ ଅନ୍ତରରେ କିଛି ନା କିଛି ନୂଆ ଯୋଜନା ନିଶ୍ଚୟ ନେଇ କରି ଆସିଥାଏ। ଏଥର କମ୍ପାନି ପକ୍ଷରୁ ଯେଉଁ ସୁବିଧା ପ୍ରଦାନ କରାଯିବା ତାହା ଆପେଲ୍‌ ବ୍ୟବହାରକାରୀଙ୍କୁ ଅନେକ ଖୁସି କରାଇବ। ଆପେଲ୍‌ ଏଣିକ ‘ସିରି’ ନାମକ ଏକ ଆପ୍‌ଲିକେସନ୍‌ ବାହାର କରିବାକୁ ଯାଉଛି। ଏହି ଆପ୍‌ ଜରିଆରେ ଏଣିକି ଫୋନ୍‌ ରିସିଭ୍‌ କଲେ କିମ୍ବା କାଟିଦେଲେ ଅପର ଲୋକକୁ ତାହାର କାରଣ ବତାଇବାକୁ ହେବ। ଏହି ଆପ୍‌ ଜରିଆରେ ଆପଣଙ୍କ ନିକଟକୁ ଫୋନ୍‌ କରୁଥିବା ବ୍ୟକ୍ତି ଏକ ସ୍ମାର୍ଟ ସୂଚନା ପାଇପାରିବେ। ଆପଣ ଗାଡ଼ି ଚଳାଉଛନ୍ତି, ଘରେ ପହଞ୍ଚିବାକୁ ଆହୁରି ଏତିକି ସମୟ ଲାଗିବ ଆଦି ସୂଚନା ଆପେ ଆପେ କଲ୍‌ କରିଥିବା ବ୍ୟକ୍ତିଙ୍କ ନିକଟକୁ ଚାଲିଯିବ। ଏଥିପାଇଁ ଆପଣଙ୍କୁ ବାର୍ତ୍ତା ଟାଇପ୍‌ କରି ପଠାଇବାକୁ ପଡ଼ିବ ନାହିଁ।

କେବଳ ସେତିକି ନୁହେଁ ବ୍ୟବହାରକାରୀ କଲ୍‌ ସମୟରେ ରହିଥିବା ସ୍ଥାନର ଲୋକେସନ୍‌ ଡିଟେଲ୍‌ ସହ କାର୍ଯ୍ୟକଳାପ ସଂପର୍କରେ ମଧ୍ୟ ଅବଗତ କରାଇବ। ମାତ୍ର ଏହି ବାର୍ତ୍ତା ସମସ୍ତଙ୍କ ପାଖକୁ ସମାନ ଯିବ ନାହିଁ। କିଏ କଲ୍‌ କରିଛନ୍ତି ଜାଣିବା ପରେ ଏହା ଆବଶ୍ୟକୀୟ ବାର୍ତ୍ତା ପ୍ରେରଣ କରିବ।

ଅବଶ୍ୟ ଏହି ଫିଚର୍‌ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ବ୍ରଣ୍ଡେଡ୍‌ ଫୋନ୍‌ଗୁଡ଼ିକରେ ଏପରି ବ୍ୟବସ୍ଥା ରହିଛି। ଫୋନ କାଟିବା ସମୟରେ ବ୍ୟସ୍ତ, ମିଟିଂରେ ଅଛି, ଗାଡ଼ି ଚଳାଉଛି ଆଦି ବିକଳ୍ପ ଦୃଶ୍ୟମାନ ହୋଇଥାଏ। ମାତ୍ର ଆପେଲ୍‌ର ଏହି ଫିଚର୍‌ ସ୍ୱତନ୍ତ୍ରତା ହେଉଛି ଏଥିପାଇଁ ଆପଣଙ୍କୁ ଫୋନ୍‌ରେ ଟିପ ବି ବଜାିବାକୁ ପଡ଼ିବ ନାହିଁ। ଆପେ ଆବେ ବାର୍ତ୍ତା ପ୍ରେରଣ ହୋଇଯିବ।
ଗ୍ରାହ

ସମ୍ବନ୍ଧିତ ଖବର