୨୦୦ ଜାଲ୍ କଂପାନି ଜରିଆରେ ଟଙ୍କା ଲୁଟିଛି ଆମ୍ରପାଲି

ନୂଆଦିଲ୍ଲୀ: ରିଅଲ ଇଷ୍ଟେଟ୍‌ ସଂସ୍ଥା ଆମ୍ରପାଲି ଗ୍ରୁପ୍ କିଭଳି ଗ୍ରାହକଙ୍କ ଟଙ୍କା ହଡ଼ପ କରିଥିଲା ସେ ବିଷୟରେ ସୁପ୍ରିମ କୋର୍ଟଙ୍କୁ ସବିଶେଷ ସୂଚନା ଦେଇଛନ୍ତି ଫୋରେନ୍‌ସିକ୍ ଅଡିଟର୍। ୨୦୦ଟି ଜାଲ୍‌ କଂପାନି ଗଠନ କରି ଗ୍ରାହକଙ୍କ ଟଙ୍କା ହଡ଼କ କରାଯାଇଥିଲା। ଘର କିଣିବା ପାଇଁ ଗ୍ରାହକମାନେ ଜମା କରିଥିବା ୨୭୬୫ କୋଟି ଟଙ୍କାକୁ କଂପାନି ହେରଫେର କରିଥିଲା। ଏହାର କିଛି ଅଧିକାରୀ ଏହି କାମ କରୁଥିଲେ। ସେମାନେ ଜାଲ କଂପାନିଗୁଡ଼ିକ ଏହି ସବୁ ଟଙ୍କା ପଠାଇ ଦେଇଥିଲେ। ଆମ୍ରପାଲି ଗ୍ରୁପ୍ କିଭଳି ଗ୍ରାହକଙ୍କ ଟଙ୍କା ହଡ଼ପ କରିଛି ତାହା ଜାଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ରବି ଭାଟିଆ ଓ ପୱନ କୁମାର ଅଗ୍ରୱାଲ୍‌ଙ୍କୁ ଫୋରେନ୍‌ସିକ୍ ଅଡିଟର୍‌ ଭାବେ ନିଯୁକ୍ତି ଦିଆଯାଇଥିଲା। ଆଜି ବିଚାରପତି ଅରୁଣ ମିଶ୍ର ଓ ୟୁୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଫୋରେନ୍‌ସିକ୍ ଅଡିଟର ତଦନ୍ତର ବିବରଣୀ ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ୨୦୦-୨୨୫ ଜାଲ୍ କଂପାନି ଜରିଆରେ ପାଣ୍ଠି ହେରଫେର କରାଯାଇଛି। ଆମ୍ରପାଲି ମାମଲା‌େର ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ବୋଲି ସେମାନେ କହିଛନ୍ତି। ବିପୁଳ ପରିମାଣର ପାଣ୍ଠି ବିଦେଶ ପଠାଇ ଦିଆଯାଇଛି। ଏକ ମାମଲାରେ ୧୨୫ କୋଟି ଟଙ୍କା ମରିସସ୍‌ର ଜେପି ମୋର୍ଗାନ ପାଖକୁ ପଠାଯାଇଛି। ଏଥିରେ ବୈଦେଶିକ ମୁଦ୍ରା ନିୟମ ଉଲ୍ଲଂଘନ ହୋଇଥିବା ଅଡିଟର୍‌ ଅନୁମାନ କରୁଛନ୍ତି। ତେବେ ଏହି ଅଭିଯୋଗକୁ ଆମ୍ରପାଲି ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଛି।

ସମ୍ବନ୍ଧିତ ଖବର