ଆପ୍ଟିପ୍ଲସ୍ ସମ୍ମାନିତ

ଭୁବନେଶ୍ବର: ବମ୍ବେଠାରେ ପ୍ରାଇମ୍ ଟାଇମ୍ ପକ୍ଷରୁ ଆୟୋଜିତ ଗ୍ଲୋବାଲ୍ ଏଜୁକେସନ୍ ଏକ୍ସିଲେନ୍ସ ଆୱାର୍ଡସ-୨୦୧୯ରେ ଭୁବନେଶ୍ବରସ୍ଥିତ ଆପ୍ଟିପ୍ଲସ୍‌କୁ ଓଡ଼ିଶା ଓ ପଶ୍ଚିମବଙ୍ଗର ଶ୍ରେଷ୍ଠ ପ୍ରଶାସନିକ ସେବା କୋଚିଂ ଏକାଡେମିର ସମ୍ମାନ ମିଳିଛି। ଉତ୍ସବରେ ମୁଖ୍ୟ ଅତିଥିଭାବେ ଅଷ୍ଟ୍ରେଲିଆର କ୍ରିକେଟ ଖେଳାଳୀ ବ୍ରାଡ୍ ହଗ୍ ଏବଂ ବଲିଉଡ଼ ଅଭିନେତ୍ରୀ ମୁଗ୍‌ଧା ଯୋଗଦେଇ ନିର୍ଦେଶକ ଡ. ସୁସିଜିତ୍ ସାହୁଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି। ଏହି ସମ୍ମାନ ମିଳିବା ପରେ ନିର୍ଦେଶକ ଡ. ସାହୁ ସଂସ୍ଥାର କର୍ମଚାରୀ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ଶ୍ରେୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଆଇଏଏସ ପରୀକ୍ଷାରେ ଆପ୍ଟିପ୍ଲସର ୪୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ସମ୍ବନ୍ଧିତ ଖବର