ସିନେମା ଜରିଆରେ ଆକ୍ୟୁମାସ୍‌ର ପ୍ରଚାର

ଭୁବନେଶ୍ବର: ହିନ୍ଦୀ ସିନେମା ‘ ଦେ ଦେ ପ୍ୟାର ଦେ’ ମାଧ୍ୟମରେ ଦିବିଶା ହର୍ବାଲ କେୟାର ଏହାର ଆକ୍ୟୁମାସ ଆୟୁର୍ବେଦ ଗୁଣ୍ଡର ପ୍ରଚାର କରିଛି। ଅକିବ ଅଲ୍ଲୀଙ୍କ ନିର୍ଦେଶିତ ଏହି କମେଡି ସିନେମାରେ ଅଜୟ ଦେବଗନ, ତବୁ, ରାକୁଲ ପ୍ରୀତ୍ ସିଂହ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଅଜୟ ଦେବଗନ ଆଶିଷ ଭୂମିକାରେ ଅଭିନୟ କରିଛନ୍ତି। ଆଶିଷଙ୍କୁ ୫୦ ବର୍ଷ ହୋଇଥିଲେ ମଧ୍ୟ ସେ ନିଜର ଚେହେରାକୁ ଜଣେ ବାଳକ ଭଳି ରଖିଛନ୍ତି। ସିନେମାରେ ଆଶିଷଙ୍କ ଆତ୍ମ ବିଶ୍ବାସ ଓ ଫିଟନେସ୍‌କୁ ଦେଖି ଦିବିସା ହର୍ବାଲ କେୟାର ଏହି ସିନେମାରେ ଆକ୍ୟୁମାସ୍ ଆୟୁବେର୍ଦ ଗୁଣ୍ଡର ପ୍ରଚାର ପାଇଁ ନିଷ୍ପତ୍ତି ନେଇଛି। କିଛିଦିନ ପୂର୍ବେ ଦିଲ୍ଲୀର ଏକ ନାମୀ ହୋଟେଲରେ ମିଟ୍ ଆଣ୍ଡ ଗ୍ରିଟ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଏସବିଏସ ବାୟୋଟେକ୍ ୟୁନିଟ୍ ୨ର ପ୍ରତିନିଧିଙ୍କ ସମେତ ଷ୍ଟାର୍ କାଷ୍ଟ୍ ମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର