ଅରୁନ୍ଧତୀ ଜୁଏଲର୍ସର ୧୬ ଗ୍ରାହକ ଲକ୍ଷପତି ବିଜେତା

ଫେଷ୍ଟିଭ ଧମାଲ୍‌ ଅଫର୍‌ ଘୋଷଣା

ଭୁବନେଶ୍ବର: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସମ୍ବଲପୁରର ହୋଟେଲ ରିଟ୍ରିଟ୍‌ ଠାରେ ସିଜନ୍‌-୧ ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୬ଜଣ ଲକ୍ଷପତି ବିଜେତା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ବର ଶାଖାରୁ ୬ଜଣ, ବଲାଙ୍ଗୀର ଶାଖାରୁ ୪ଜଣ, ସମ୍ବଲପୁର ଶାଖାରୁ ୪ଜଣ, ଭବାନୀପାଟଣା ଶାଖାରୁ ୨ ଜଣ ଗ୍ରାହକ ରହିଛନ୍ତି। ପ୍ରାୟ ୩୦୦୦ ଗ୍ରାହକଙ୍କ ଉପସ୍ଥିତିରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏଥିସହିତ ଚଳିତ ପାର୍ବଣ ଋତୁ ପାଇଁ ଫେଷ୍ଟିଭ ଧମାଲ୍‌ ଅଫରର ଶୁଭାରମ୍ଭ ଘୋଷଣା କରାଯାଇଛି। ଲକ୍ଷପତି ସିଜନ-୨ର ଏହି ଅଫର ଚଳିତମାସ ୧୦ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଅରୁନ୍ଧତୀ ଜୁଏଲର୍ସର ସମସ୍ତ ସୋରୁମ୍‌‌େର ଉପଲବ୍ଧ ହେବ। ଏହି ଅଫରରେ ଗ୍ରାହକମାନେ ପ୍ରତ୍ୟେକ କ୍ରୟ‌େର ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ, ଲକ୍ଷପତି ସିଜନ-୨ କୁପନ, ଆକର୍ଷଣୀୟ ସୁନିଶ୍ଚିତ ଉପହାର ପାଇପାରିବେ।
ସିଜନ୍‌-୧ ଅଫର ସମୟରେ ସୋରୁମ୍ ସହିତ ୬୫ ହଜାରରୁ ଊର୍ଦ୍ଧ୍ବ ଗ୍ରାହକ ଯୋଡ଼ି ହୋଇ ଆମ ଉପରେ ବିଶ୍ବାସ ସ୍ଥାପନ କରିଥିବାରୁ ଏହା ଆମକୁ ଉତ୍ସାହିତ କରିଛି ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ। ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେରଙ୍କ ସହ ସଂସ୍ଥାର ବ୍ରାଣ୍ଡ୍ ଆମ୍ବାସଡର ଅର୍ଚ୍ଚିତା, ଗାୟିକା ଅସୀମା ପଣ୍ଡା ଓ ଅନ୍ୟ ବରିଷ୍ଠ ଅତିଥିମାନେ ଉପସ୍ଥିତ ଥିଲେ। ସମସ୍ତ ଶାଖାର ମୁଖ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର