ଭୁବନେଶ୍ବର: ଏଏସବିଏମ୍ରେ ନବମ ଜାତୀୟ ବିତ୍ତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଓଡ଼ିଶା ଲୋକ ସେବା ଆୟୋଗର ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ ଉଦ୍ଘାଟନ କରି କହିଛନ୍ତି ଯେ, ଆଞ୍ଚଳିକ ବୈଷମ୍ୟକୁ ହ୍ରାସ କରିବା ଓ କୃଷି ବାଣିଜ୍ୟରେ ଅଧିକ ପୁଞ୍ଜିନିବେଶ ଆଦି ଦ୍ବାରା ଅର୍ଥନୀତିରେ ଥିବା ଅନେକ ସମସ୍ୟାକୁ ଦୂର କରାଯାଇପାରିବ। ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭେଲପ୍ମେଣ୍ଟ୍ ଷ୍ଟଡିଜ୍ର ନିର୍ଦେଶକ ପ୍ରଫେସର ବିଶ୍ବଜିତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାନାରା ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର, ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା, ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ ପଟ୍ଟନାୟକ, କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ଓ ପ୍ରୋ-ଭାଇସ୍ ଚାନ୍ସେଲର୍ ପ୍ରଫେସର ଫଲ୍ଗୁ ନିରଞ୍ଜନା ଉପସ୍ଥିତ ଥିଲେ।
ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟରେ ଜାତୀୟ ବିତ୍ତୀୟ ସମ୍ମିଳନୀ
/sambad/media/post_attachments/wp-content/uploads/2019/12/5h45d4h98h7fh4fh54f5h4f56h4f65h4f65h4f65hfssssssssfshfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)