ଅଶୋକ ପ୍ରଧାନ ୟୁନାଇଟେଡ୍‌ ବ୍ୟାଙ୍କର ନୂଆ ଏମ୍‌ଡି

ଭୁବନେଶ୍ବର: ଅଶୋକ କୁମାର ପ୍ରଧାନ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଏମ୍‌ଡି ଓ ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ୟାଙ୍କର ଇଡି ଭାବେ କାମ କରୁଥିଲେ। ସେହିପରି ଅଜିତ କୁମାର ଦାସ ଓ ସଞ୍ଜୟ କୁମାର ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଅଜିତ ଏହା ପୂର୍ବରୁ କାନାରା ବ୍ୟାଙ୍କର ମହାପ୍ରବନ୍ଧକ ଭାବେ କାମ କରୁଥିଲେ। ସେହିପରି ସଞ୍ଜୟ ୟୁନାଇଟେଡ୍ ବ୍ୟାଙ୍କର ମହାପ୍ରବନ୍ଧକ ଭାବେ କାମ କରୁଥିଲେ।

ସମ୍ବନ୍ଧିତ ଖବର