ଅଶୋକା ହସ୍ପିଟାଲରେ ନିଃସନ୍ତାନ ଦମ୍ପତିଙ୍କ ପାଇଁ ନୂଆ ପଦ୍ଧତି ଚିକିତ୍ସା

ଭୁବନେଶ୍ୱର,: ରାୟପୁରର ପନ୍‌ଡ୍ରି ମଣ୍ଡିଗେଟ୍‌ ସ୍ଥିତ ଅଶୋକା ଡେଭାନ୍ସ ଆଇଭିଏଫ୍‌ ହସ୍ପିଟାଲରେ ନିଃସନ୍ତାନ ଦମ୍ପତିଙ୍କର ନୂଆ ପଦ୍ଧତିରେ ଉନ୍ନତମାନର ଚିକିତ୍ସା କରାଯାଉଛି। ଏହାଫଳରେ ମହିଳାମାନେ ନିର୍ଧାରିତ ସମୟରେ ମା ହେବାର ସୌଭାଗ୍ୟ ପାଇ ପାରୁଛନ୍ତି ବୋଲି ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏ. ସୁରେଶ କୁମାର କହିଛନ୍ତି। ଆଇଭିଏଫ ପଦ୍ଧତିରେ ୧୦ରୁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ବାଦ ଔଷଧ ଓ ଅନ୍ୟାନ୍ୟ ବାବଦରେ ଅଳ୍ପ କିଛି ଖର୍ଚ୍ଚ ହୋଇଥାଏ। ସେହିଭଳି ଇଣ୍ଟର ସାୟୁଟୋପ୍ଲାସ୍‌ମିକ୍‌ (ଇକ୍ସି) ଏବଂ ଇଣ୍ଟର ସାୟୁଟୋପ୍ଲାସ୍‌ମିକ୍‌ ମର୍ଫିଲୋଜିକାଲ୍ଲି ସିଲେକ୍ଟେଡ ସ୍ପର୍ମ ଇଞ୍ଜେକ୍‌ସନ୍‌ (ଇମ୍ସି) ନାମକ ନୂଆ ପଦ୍ଧତିରେ ଏଠାରେ ଚିକିତ୍ସା କରାଯାଉଛି। ଏତଦ୍‌ବ୍ୟତୀତ ଡିଜିଟାଲ ଟାଇମଲାପସ୍‌ ସିଷ୍ଟମ୍‌ ନାମରେ ବର୍ତ୍ତମାନ ଆଉ ଏକ ଚିକିତ୍ସା ପଦ୍ଧତି ମଧ୍ୟ ଉପଲବ୍ଧ ହେଉଛି। ଏହିସବୁ ପଦ୍ଧତି ପାଇଁ ୩୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ ବୋଲି ଡାକ୍ତର କୁମାର କୁହନ୍ତି। ଏସବୁ ସୁବିଧା ଅଶୋକା ସୁପର ସ୍ପେସାଲିଟି ଓମେନ୍‌ ହସ୍ପିଟାଲରେ ଉପଲବ୍ଧ ହେଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର