ଏସେନ୍‌ ଅଟୋମୋବାଇଲ୍ସରେ ହିରୋ ଏକ୍ସଟ୍ରିମ୍‌-୨୦୦ ଆର୍‌ ଉନ୍ମୋଚନ

କଟକ: ହିରୋ ମୋଟୋକର୍ପର ଅଧୀକୃତ ବିକ୍ରେତା କଟକ ଶିଖରପୁରର ଏସେନ ଅଟୋମୋବାଇଲ୍ସ ପରିସରରେ ଆଜି ନୂଆ ପ୍ରିମିୟମ ବାଇକ୍‌ ଏକ୍ସଟ୍ରିମ୍‌-୨୦୦ଆର୍‌ର ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋରୁମ୍‌ ମୂଲ୍ୟ ୯୦,୯୦୦ ଟଙ୍କା ରହିଛି। ଏଥିରେ ସୁରକ୍ଷିତ ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ୍‌, ବିଏସ୍‌-୪ ମାନଦଣ୍ଡ ପୂରଣ କରୁଥିବା ୨୦୦ ସିସି ଏୟାର କୁଲ୍‌ଡ ଇଞ୍ଜିନ ରହିଛି। ବାଇକ୍‌ଟି ୫ଟି ଆକର୍ଷଣୀୟ ରଙ୍ଗରେ ଆସିଛି। ନୂଆ ବାଇକ୍‌କୁ କମ୍ପାନିର ଏରିଆ ସେଲ୍‌ସ ମ୍ୟାନେଜର-ଓଡ଼ିଶା ମୋହିତ ଭଗତ ଏବଂ ଏସେନ୍‌ ଅଟୋମୋବାଇଲ୍ସର ପାର୍ଟନର ସୌରଭ ଥାକର ଉପସ୍ଥିତ ଥିଲେ। ଏହି ଅବସରରେ ନିକଟରେ ଏସିଆଡ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ରାଜ୍ୟର ଚାରି ଜଣ ମହିଳା ହକି ଖେଳାଳୀ ଲିଲିମା ମିଞ୍ଜ, ଦୀପଗ୍ରେସ୍‌ ଏକ୍ସା, ସୁନୀତ ଲାକ୍ରା ଏବଂ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର