ୟୁନାଇଟେଡ୍‌ ବ୍ୟାଙ୍କକୁ ଆସୋଚାମ୍‌ ପୁରସ୍କାର

ଭୁବନେଶ୍ୱର,: ମୁମ୍ବାଇଠାରେ ଆସୋଚାମ୍‌ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡଆକୁ ତିନି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସରକାରୀ ସ୍କିମ୍‌ରେ ଅଂଶଗ୍ରହଣ (ମଧ୍ୟମ ବ୍ୟାଙ୍କ)ରେ ବିଜେତା, ଶ୍ରେଷ୍ଠ ସାମାଜିକ ବ୍ୟାଙ୍କିଙ୍ଗ (ମଧ୍ୟମ ବ୍ୟାଙ୍କ)ର ରନର୍‌ ଅପ୍‌ ଏବଂ କୃଷି ବ୍ୟତୀତ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ରନର୍‌ ଅପ୍‌ ହୋଇଛି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳାଙ୍କଠାରୁ ବ୍ୟାଙ୍କର ମହାପ୍ରବନ୍ଧକ ବିନୋଦ କୁମାର ବବ୍ଦର୍‌ ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର