ଆସସ୍‌ର ୨ ନୂଆ ଲାପ୍‌ଟପ୍‌

ଭୁବନେଶ୍ୱର: ଆସସ୍‌ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ସହିଦ ନଗରସ୍ଥିତ ଆର୍‌ଓଜି ( ରିପବ୍ଲିକ୍‌ ଅଫ୍‌ ଗେମର୍ସ) ଷ୍ଟୋରରେ ଆଜି ଦୁଇଟି ନୂଆ ଲାପ୍‌ଟପ୍‌ର ଉନ୍ମୋଚନ କରାଯାଇଛି। ସେହି ଲାପଟପ୍‌ ଦୁଇଟି ହେଲା ଜାଇଫରସ୍‌ ଏବଂ ଭିଭୋବୁକ୍‌ ଏସ୍‌-୧୫। ଆସସ୍‌ ଇଣ୍ଡିଆର ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡ ମୁଖ୍ୟ ରିତେଶ କୁମାର ଏହି ଲାପ୍‌ଟପ୍‌ ଦୁଇଟିର ଉନ୍ମୋଚନ କରିଥିଲେ। ସେ କହିଥିଲେ ଜାଇଫରସ୍‌ ବିଶ୍ୱର ସବୁଠୁ ପତଳା ଗେମିଂ ନୋଟ୍‌ବୁକ୍‌ ହେବାର ଗୌରବ ଅର୍ଜନ କରିଛି। ନୂଆ ଲାପ୍‌ଟପ୍‌ ଉନ୍ମୋଚନ ଅବସରରେ କମ୍ପାନିର ଟେରିଟୋରି ମ୍ୟାନେଜର (ଓଡ଼ିଶା) ମଧୁସୂଦନ ଗୁପ୍ତା ଉପସ୍ଥିତ ଥିଲେ। ଜାଇଫରସ୍‌ର ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଭିଭୋବୁକ୍‌ ଏସ୍‌-୧୫ର ମୂଲ୍ୟ ୬୦ ହଜାର ଟଙ୍କା ରହିଛି।

ସମ୍ବନ୍ଧିତ ଖବର