ଏଟିଏମ୍‌, ଚେକ୍‌, କାର୍ଡ ସବୁଥିରେ ଶୁଳ୍କ ଲାଗିବ!

ଲଣ୍ଡନ: ଆଗାମୀ ଦିନରେ ପ୍ରାୟ ସବୁ ପ୍ରକାର ବ୍ୟାଙ୍କିଙ୍ଗ ସେବା ପାଇଁ ଗ୍ରାହକମାନଙ୍କୁ ଶୁଳ୍କ ଗଣିବାକୁ ପଡ଼ିବ। ଏଟିଏମ୍‌ରୁ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ଚେକ୍‌ ଓ କାର୍ଡ ବ୍ୟବହାର କରିବା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଶୁଳ୍କ ଗଣିବାକୁ ପଡ଼ିପାରେ।

ଖାତାରେ ସର୍ବନିମ୍ନ ବାଲାନ୍ସ ରଖୁଥିବା ବା ସ୍ୱଚ୍ଛଳ ବର୍ଗର ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକ ଅନେକ ସେବା ମାଗଣାରେ ପ୍ରଦାନ କରୁଛନ୍ତି। ସେହି ସବୁ ସେବାଗୁଡ଼ିକ ପାଇଁ ଟିକସ ଦାଖଲ କରିବାକୁ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଫର୍‌ ଗୁଡସ୍‌ ଆଣ୍ଡ ସର୍ଭିସେସ୍‌ ଟ୍ୟାକ୍ସ ଇଣ୍ଟେଲିଜେନ୍ସ (ଡିଜିଜିଏସ୍‌ଟି) ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏ ନେଇ ଷ୍ଟେଟ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କକୁ ନୋଟିସ୍‌ ପଠାଯାଇଛି। ଅନ୍ୟ ବ୍ୟାଙ୍କଗୁଡ଼ିକ ପାଖରେ ଖୁବ୍‌ଶୀଘ୍ର ନୋଟିସ୍‌ ପହଞ୍ଚିବ।

ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଥିବା ମାଗଣା ସେବା ପାଇଁ ଟିକସ ଦାଖଲ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଯେହେତୁ ପୁରୁଣା ସେବା ପାଇଁ ଗ୍ରାହକଙ୍କଠାରୁ ଆଉ ଶୁଳ୍କ ଆଦାୟ କରିବା ସମ୍ଭବ ନୁହେଁ, ତେଣୁ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ଏହି ସବୁ ସେବା ଉପରେ ଶୁଳ୍କ ଲାଗୁ କରିପାରନ୍ତି। ଏହା ହେଲେ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ ସେବା ବହୁତ ମହଙ୍ଗା ହୋଇଯିବ।

 

ସମ୍ବନ୍ଧିତ ଖବର