ଦେଶର ଅଧିକାଂଶ ଏଟିଏମରେ ଠକେଇର ଆଶଙ୍କା ରହୁଛି

ନୂଆଦିଲ୍ଲୀ: ଦେଶରେ ଚାଲୁଥୁବା ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ଅଧିକାଂଶ ଏଟିଏମ ପୁରୁଣା ବା ଆଉଟଡେଟେଡ ସଫ୍ଟଓ୍ଵାରରେ ଚାଲୁଛି । ଏଣୁ ଏଗୁଡ଼ିକରେ ଠକେଇର ଆଶଙ୍କା ରହିଛି ବୋଲି ଖୋଦ ସରକାର କହିଛନ୍ତି । ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଦେଶର ପ୍ରାୟ ୭୪ ପ୍ରତିଶତ ଏଟିଏମରେ ଯେଉଁ ସଫ୍ଟଓ୍ଵାର ଲାଗିଛି ତାହା ପୁରୁଣା ବା ଆଉଟଡେଟେଡ । ଏହି କାରଣରୁ ଏଗୁଡ଼ିକୁ ହ୍ୟାକ କରି ଠକେଇ କରିବାର ବିପଦ ରହିଛି ।

ସରକାରଙ୍କ ଏହି ସ୍ୱୀକାରୋକ୍ତ ବେଶ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ଅଧିକାଂଶ ଏଟିଏମରେ ଓ୍ଵିଣ୍ଡୋଜ୍‌ ଏକ୍ସପି (Windows XP) ଲାଗିଛି, ଯେବେକି ଖୋଦ ମାଇକ୍ରୋସଫ୍ଟ କମ୍ପାନି ଏହି ଅପରେଟିଂ ସିଷ୍ଟମ ତିଆରି କରିବା ବନ୍ଦ କରିସାରିଲାଣି । ଏଣୁ ଏଗୁଡ଼ିକ ପ୍ରତି ହ୍ୟାକିଂର ଭୟ ରହୁଛି । ଦେଶରେ ମୋଟ ବ୍ୟାଙ୍କ ମାନଙ୍କ ମଧ୍ୟୁରୁ ପ୍ରାୟ ୭୦ ପ୍ରତିଶତ ରାଷ୍ଟ୍ରାୟତ ବ୍ୟାଙ୍କ ହୋଇଥିବାରୁ ଏହା ବୋଶ ଚିନ୍ତାର ବିଷୟ ।

ସମ୍ବନ୍ଧିତ ଖବର