‘ଅଡି ଏ୫’ ଚଲାଇବାର ରୋମାଞ୍ଚକର ଅନୁଭୂତି

ଭୁବନେଶ୍ୱର: ଅଡି ଭୁବନେଶ୍ୱର ପକ୍ଷରୁ ଅଡି ଏ୫ ସ୍ପୋର୍ଟବ୍ୟାକ୍‌କୁ ଚାଳନା କରି ବ୍ୟକ୍ତିଗତ ଅନୁଭୂତି ହାସଲ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅଡିର ଏହି ସୁନ୍ଦର ତଥା ଶକ୍ତିଶାଳୀ କାର୍‌କୁ ଚଲାଇବାର ଅନୁଭୂତି ରୋମାଞ୍ଚକର ଥିଲା। ନୂଆ ଅଡି ଏ୫ ସ୍ପୋର୍ଟବ୍ୟାକ୍‌ରେ ଆବେଗପୂର୍ଣ୍ଣ ଡିଜାଇନ୍‌, ଉଚ୍ଚ କାର୍ଯ୍ୟଦକ୍ଷତା ଓ ଆକର୍ଷଣୀୟ ଇଣ୍ଟେରିୟର୍‌ର ସମ୍ମିଶ୍ରଣ ରହିଛି। ଏଥିରେ ବୃହତ ବୁଟ୍‌ସ୍ପେସ୍‌ ରହିଛି ଯେଉଁଥିରେ ଅନେକ କିିଛି ସାମଗ୍ରୀ ରଖିହେବ। ଏହାର ଅଭିନବ ଇନ୍‌ଫୋଟେନ୍‌ମେଣ୍ଟ୍‌ ବ୍ୟବସ୍ଥା ଯେକୌଣସି ବ୍ୟକ୍ତିଙ୍କୁ ଖୁସି କରିବାକୁ ଯଥେଷ୍ଟ। ଏଥିରେ ରହିଛି ୨.୦ ଲିଟର ଡିଜେଲ ଇଞ୍ଜିନ ଓ ଏସ୍‌-ଟ୍ରୋନିକ୍‌ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିସନ୍‌। ଏଥିପାଇଁ ଗାଡ଼ିକୁ ଚଲାଇବା ବହୁତ ସହଜ ଲାଗୁଛି। ଅଡି ଏ୫ରେ ରହିଛି ହାଇ ରିଜଲ୍ୟୁସନ୍‌ର ୧୨.୩ ଇଂଚ୍‌ ଟିଏଫ୍‌ଟି ମନିଟର, ଅଡି ଭର୍ଚୁଆଲ୍‌ କକ୍‌ପିଟ୍‌ ଯେଉଁଥିରେ ଶ୍ରେଷ୍ଠ ଶ୍ରେଣୀର ପ୍ରଯୁକ୍ତି ରହିଛି। ନିରାପତ୍ତା ଦୃଷ୍ଟିରୁ ଏଥିରେ ଏୟାରବ୍ୟାଗ୍‌, ଏବିଏସ୍‌, ଇବିଡି, ଟ୍ରାକ୍ସନ୍‌ କଣ୍ଟ୍ରୋଲ୍‌, ଆଣ୍ଟି ଥେଫଟ୍‌ ହ୍ଵିଲ୍‌ ବୋଲ୍‌ଟ, ଆଇସୋଫିକ୍ସ ଚାଇଲଡ୍‌ ସିଟ୍‌ ମାଉଣ୍ଟିଂ ଓ ଟାୟାର ପ୍ରେସର ମନିଟର ଡିସ୍‌ପ୍ଲେ ଭଳି ସୁବିଧା ରହିଛି। ଏହା ମାତ୍ର ୭.୯ ସେକେଣ୍ଡ୍‌ରେ ୧୦୦ କିମି ବେଗରେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଯାଉଛି। ଏଥିରେ ପାନୋରାମିକ୍‌ ସନ୍‌ରୁଫ୍‌ ମଧ୍ୟ ରହିଛି। ଏହାର ଏକ୍ସ ସୋ’ରୁମ ମୂଲ୍ୟ ୫୪.୦୨ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧିତ ଖବର