ଅଡି ରସ୍‌ ଅଫର୍‌

ମୁମ୍ବାଇ: ବିଶ୍ୱର ବିଳାସପୂର୍ଣ୍ଣ କାର୍‌ ନିର୍ମାତା ଅଡି ପକ୍ଷରୁ ଏହାର ଗ୍ରାହକଙ୍କ ପାଇଁ ଅଡି ରସ୍‌ ଅଫର ଘୋଷଣା କରାଯାଇଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ କରାଯାଇଛି। ଅଡି ଏ୩, ଏ୪, ଏ୬ ଏବଂ କ୍ୟୁ୩ ମଡେଲ ଗାଡ଼ିଗୁଡ଼ିକୁ ସ୍ୱତନ୍ତ୍ର ମୂଲ୍ୟରେ ସୀମିତ ସମୟ ପାଇଁ ଯୋଗାଇ ଦେଉଛି। ଫଳରେ ଗ୍ରାହକମାନେ କେତେକ ବଛା ବଛା ମଡେଲ ଉପରେ ୩ ଲକ୍ଷ ଟଙ୍କାରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ଏତଦ୍‌ବ୍ୟତୀତ ଗ୍ରାହକଙ୍କ ପାଇଁ ମଧ୍ୟ ଅନ୍ୟ ଏକ ସୁବିଧା ରହିଛି। ତାହା ହେଲା ଗ୍ରାହକମାନେ ସେମାନଙ୍କ ପ୍ରିୟ ଅଡିକୁ ୨୦୧୭ରେ କ୍ରୟ କରି ୨୦୧୯ରୁ ଅର୍ଥ ପ୍ରଦାନ କରିବା ଆରମ୍ଭ କରିପାରିବେ।

ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସୀମିତ ଅବଧି ବିଶିଷ୍ଟ ଏହି ଅଫର୍‌ ଗୁଡ଼ିକ ଅଡି କାର କିଣିବା ପାଇଁ ଆଶା ବାନ୍ଧିଥିବା ବ୍ୟକ୍ତିମାନଙ୍କୁ ଅପୂର୍ବ ସୁଯୋଗ ଯୋଗାଇଦେଇଛି। ଏହି ଅଫର ମାଧ୍ୟମରେ ଗ୍ରାହକମାନେ ଅଡି କାର କିଣି ଅଡି ପରିବାରର ସଦସ୍ୟ ହୋଇପାରିବେ। ଅଡିର ରସ୍‌ ଅଫର କେବଳ ଅଡିର ଏ୩, ଏ୪, ଏ୬ ଏବଂ କ୍ୟୁ୩ର ପେଟ୍ରୋଲ ଭାରିଆଣ୍ଟରେ ଉପଲବ୍ଧ ହେବ। ଅଡି ରସ୍‌ ଅଫର୍‌ରେ ଅଡି ଏ୩, ଏ୪, ଏ୬ ଏବଂ କ୍ୟୁ୩ କାରର ମୂଲ୍ୟ ଯଥାକ୍ରମେ ୨୬,୯୯,୦୦୦ ଟଙ୍କା, ୩୩,୯୯,୦୦୦ ଟଙ୍କା, ୪୪,୯୯,୦୦୦ ଟଙ୍କା ଏବଂ ୨୯,୯୯,୦୦୦ ଟଙ୍କା ରହିଛି। ଏଠାରେ ଉଲ୍ଲିଖିତ ମୂଲ୍ୟ ଗୁଡ଼ିକ ଜିଏସ୍‌ଟିକୁ ବାଦ୍‌ ଦେଇ ବୋଲି ଜଣାଯାଇଛି। ଭୁବନେଶ୍ୱରର ପାହାଳରେ ଥିବା ଅଡି ଭୁବନେଶ୍ୱର ସମେତ ଦେଶର ଅନ୍ୟ ସୋରୁମ୍‌ରେ ଏହି ଅଫର ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର