ସଂକଟରେ ଭାରତୀୟ ଅଟୋମୋବାଇଲ ଶିଳ୍ପ, ଜୁଲାଇରେ ବିକ୍ରି ୩୧% କମିଲା

ନୂଆଦିଲ୍ଲୀ : ଭାରତର ଅଟୋମୋବାଇଲ ଉଦ୍ୟୋଗ ଏବେ ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଏହା ଫଳରେ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଛଟେଇ ହୋଇସାରିଲେଣି, ଆଗକୁ ମଧ୍ୟ ଆହୁରି ଛଟେଇ ହେବାର ସମ୍ଭାବନା ଦେଖାଦେଇଛି । ଜୁଲାଇ ମାସରେ ଭାରତରେ କାର ବିକ୍ରି ପରିମାଣ ୩୦.୯୮ ପ୍ରତିଶତ ହ୍ରାସ ପାଇ ୨୦୦,୭୯୦ ରେ ପହଞ୍ଚିଛି ।

ସେହିପରି ବାଣିଜ୍ୟିକ ଯାନ ବିକ୍ରି ୨୫.୭୧ ପ୍ରତିଶତ ହ୍ରାସ ପାଇ ୫୬,୮୬୬ ରେ ପହଞ୍ଚିଛି ବୋଲି ଭାରତୀୟ ଅଟୋମୋବାଇଲ ସଂଘ (ସିଆମ) ପକ୍ଷରୁ କୁହାଯାଇଛି । ସେହିପରି ଏପ୍ରିଲ-ଜୁଲାଇ ୪ ମାସରେ ଯାତ୍ରୀବାହୀ ଯାନ ବିକ୍ରି ୨୧.୫୬ ପ୍ରତିଶତ ହ୍ରାସ ପାଇଛି । ସେହିପରି ଏପ୍ରିଲ-ଜୁଲାଇରେ ବାଣିଜ୍ୟିକ ଯାନ ବିକ୍ରି ୧୩.୫୭ ପ୍ରତିଶତ ହ୍ରାସ ପାଇଛି ବୋଲି ସିଆମ ପକ୍ଷରୁ ପ୍ରକାଶିତ ମାସିକ ରିପୋର୍ଟରେ କୁହାଯାଇଛି । କ୍ରମାଗତ ଭାବେ ବିକ୍ରି ହ୍ରାସ ପାଉଥିବାରୁ ଅଟୋମୋବାଇଲ ଉଦ୍ୟୋଗକୁ ଜିଏସଟି ରିହାତି ପ୍ରଦାନ ପାଇଁ ସଂଘ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଅନୁରୋଧ କରିଛି ।

ସମ୍ବନ୍ଧିତ ଖବର