ଜେ କେ ମହାନ୍ତି ସମ୍ମାନିତ

ଭୁବନେଶ୍ୱର: ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱ ଖାଦ୍ୟ ଓ ଆତିଥେୟତା ପ୍ରଦର୍ଶନୀର ୩୩ତମ ସଂସ୍କରଣ ଓ୍ଵାର୍ଲଡ ହସ୍ପିଟାଲିଟି ଓ୍ଵାର୍ଲଡ ୨୦୧୮ରେ ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ. କେ. ମହାନ୍ତିଙ୍କୁ ଜୀବନବ୍ୟାପୀ କୃତିତ୍ୱ ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଶା ଓ ପୂର୍ବ ଭାରତର ଆତିଥେୟତା ଓ ପର୍ଯ୍ୟଟନ ଶିଳ୍ପକୁ ଶ୍ରୀ ମହାନ୍ତିଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ଗତ ୧୮ ତାରିଖରେ ମହାରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ଜେ. ରାଓ୍ଵଲଙ୍କଠାରୁ ଶ୍ରୀ ମହାନ୍ତି ଏହି ସମ୍ମାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର