‘ଏଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌’ ପାଇଁ ସଚେତନତା ଲୋଡ଼ା

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଏଙ୍କିଲୋଜି ସ୍ପଣ୍ଡିଲାଇଟିସ୍‌ ନାମକ ଏକ ରୋଗ ଦେଖାଦେଇଛି। ଏହି ରୋଗରେ ପୀଡ଼ିତ ହେଲେ ମେରୁଦଣ୍ଡର ହାଡ଼ଗୁଡ଼ିକର ପରଷ୍ପର ସହ ଯୋଡ଼ି ହୋଇଯାଏ। ଫଳରେ ବ୍ୟକ୍ତି ଚଳପ୍ରଚଳ କରିବାରେ ଅସୁବିଧା ସାମ୍ନା କରନ୍ତି। ୧୭ରୁ ୩୫ ବର୍ଷ ବୟସର ଲୋକମାନଙ୍କଠାରେ ଏହି ରୋଗ ଅଧିକ ମାତ୍ରାରେ ଦେଖାଦେଉଛି। ଏହି ରୋଗ ପାଇଁ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ଆପୋଲୋ ହସ୍ପିଟାଲ୍‌ର ରୁମାଟୋଲୋଜି ବିଭାଗର ଡକ୍ଟର ଅଜିତ କୁମାର ସୁରିନ୍‌ କହିଛନ୍ତି। ସେ କହିଲେ, ଏହା ଏକ ଜିନ୍‌ଗତ ସମସ୍ୟା। ଯେଉଁମାନଙ୍କଠାରେ ଏଚ୍‌ଏଲ୍‌ଇବି୨୭ ପଜିଟିଭ୍‌ ରହିିଛି ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ। ଏହି ରୋଗ ଅଣ୍ଟା ବିନ୍ଧାରୁ ଆରମ୍ଭ ହୋଇଥାଏ। ଶରୀର ଦୁର୍ବଳ ହୋଇପଡ଼େ ଓ ରୋଗୀ ଚଲାବୁଲା କରିବାରେ ଅସୁବିଧା ସାମ୍ନା କରନ୍ତି। ବାୟୋଲୋଜିକାଲ୍‌ ଟିଏନ୍‌ଏଫ୍‌ ବ୍ଲକର୍‌ ଇଞ୍ଜେକ୍ସନ ଜରିଆରେ ଏହି ରୋଗର ଚିକିତ୍ସା କରାଯାଇପାରୁଛି। ଦେଶର ପ୍ରାୟ ୨% ଲୋକ ଏହି ରୋଗରେ ପୀଡ଼ିତ। କିନ୍ତୁ ବହୁତ କମ୍‌ ଲୋକ ଡାକ୍ତରଙ୍କ ସହ ପରାମର୍ଶ କରୁଛନ୍ତି ବୋଲି ଶ୍ରୀ ସରିନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର