୫୦ରୁ ଅଧିକ ମଧ୍ୟସ୍ଥରୀୟ ବ୍ୟାଙ୍କ ପରିଚାଳକଙ୍କୁ ଚାକିରିରୁ ବାହାର କଲା ଆକ୍ସିସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ : ଆକ୍ସିସ ବ୍ୟାଙ୍କ ନିଜର ୫୦ଜଣ ମଧ୍ୟସ୍ଥରୀୟ ବ୍ୟାଙ୍କ ପରିଚାଳକଙ୍କୁ ଚାକିରିରୁ ବହିଷ୍କାର କରି ଦେଇଥିବା ଜଣା ପଡ଼ିଛି । ବ୍ୟାଙ୍କର ନୂଆ ସିିଇଓ ଭାବେ ନିଯୁକ୍ତି ପାଇଥିବା ଅମିତାଭ ଚୌଧୁରୀ ବ୍ୟବସାୟର ନୂତନୀକାରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହା ପାଇଁ ସେ ଦରକାର ନଥିବା ବା ପୁରୁଣା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ଆରମ୍ଭ କରିଛନ୍ତି । ପ୍ରକୃତରେ କେତେ ଜଣ ମଧ୍ୟସ୍ଥରୀୟ ବ୍ୟାଙ୍କ ପରିଚାଳକଙ୍କୁ ବାହାର କରାଯାଇଛି, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ୫୦ରୁ ଅଧିକ ବୋଲି ଆଶା କରାଯାଉଛି ।

Livemint

ଜାନୁଆରୀ ୧, ୨୦୧୯ରେ ଆକ୍ସିସ ବ୍ୟାଙ୍କର ସିଇଓ ହେବା ପରେ ବ୍ୟାଙ୍କ ପାଇଁ ନୂଆ ରଣନୀତି ତିଆରି କରିଥିଲେ ଅମିତାଭ ଚୌଧୁରୀ । କମ୍‌ କ୍ଷତି ହେବା ସହ ଅଧିକ ଲାଭ ହେବା ଭଳି ରଣନୀତି ତିଆରି କରିବା ସହ ଏ ନେଇ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛନ୍ତି । ବ୍ୟାଙ୍କରେ ପୂର୍ବରୁ କରାଯାଉଥିବା କାମର ଶୈଳୀକୁ ଅମିତାଭ ଚୌଧୁରୀ ବଦଳାଇବା ଆରମ୍ଭ କରିଥିବା ବେଳେ ତାଙ୍କର ଏଭଳି ନିଷ୍ପତ୍ତିରେ ବ୍ୟାଙ୍କର କର୍ମଚାରୀ ଖୁସି ନଥିବା ଜଣା ପଡ଼ିଛି । ଅମିତାଭ ଚୌଧୁରୀଙ୍କ ନୂଆ ରଣନୀତି ପାଇଁ ବର୍ଷ ବର୍ଷ ପୁରୁଣା କର୍ମଚାରୀମାନଙ୍କୁ ଅନ୍ୟ ଆଡ଼େ ଚାକିରି ଖୋଜି ନିଅ ବୋଲି କୁହି ଚାକିରିରୁ ବାହାର କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର