ଅ।କ୍ସିସ ବ୍ୟାଙ୍କ ପକ୍ଷରୁ କ୍ୱିକପେ ହୋମ ଲୋନ ଉନ୍ମୋଚିତ, ଗୃହ ଋଣ ଗ୍ରାହକ ଲାଭବାନ ହେବେ

ଭୁବନେଶ୍ୱର : ଦେଶର ତୃତୀୟ ବଡ଼ ଘରୋଇ ବ୍ୟାଙ୍କ, ଅ।କ୍ସିସ୍‌ ବ୍ୟାଙ୍କ ପକ୍ଷରୁ କ୍ୱିକ୍‌ ପେ ହୋମ୍‌ ଲୋନ୍‌ ବିଷୟରେ ଘୋଷଣା କରାଯାଇଛି। ଏହା ଏଭଳି ପ୍ରଥମ ଧରଣର ଗୃହ ଋଣ ଯାହା ଜରିଅ।ରେ ଗ୍ରାହକମାନେ ଲାଭବାନ ହେବେ। ଗ୍ରାହକମାନଙ୍କୁ ଏହି ଗୃହ ଋଣରେ ସୁଧ ଉପରେ ବଡ଼ ଧରଣର ସଂଚୟ ସୁବିଧା ମିଳିବୟ ଶିଳ୍ପର ନିୟମ ଠାରୁ ଭିନ୍ନ ଏହି ଗୃହ ଋଣରେ ଗ୍ରାହକମାନଙ୍କୁ ପେମେଂଟର ବିକଳ୍ପ ବ୍ୟବସ୍ଥା ପ୍ରଦାନ କରାଯିବ। ଗ୍ରାହକମାନେ ପ୍ରତି ମାସରେ ସମାନ ପରିମାଣର ମୂଳଧନକୁ ସୁଧ ସହିତ ପ୍ରଦାନ କରିବେ ଫଳରେ ମାସିକ କିସ୍ତି ପରିମାଣ କମ ହେବ।

ଏହା ଦ୍ୱାରା ମୋଟ ସୁଧ ପରିମାଣ ମଧ୍ୟ କମିଯିବ। କ୍ୱିକ୍‌ ପେ ହୋମ୍‌ ଲୋନ୍‌ ଦ୍ୱାରା ଗ୍ରାହକମାନେ ବହୁତ ଅର୍ଥ ସଂଚୟ କରିପାରିବେ। ଗ୍ରାହକମାନେ ଇଏମ୍‌ଅ।ଇ ବଦଳରେ ହ୍ରାସ ହାରରେ ମାସିକ କିସ୍ତି ପ୍ରଦାନ କରିବେ ପ୍ରାରମ୍ଭିକ କିସ୍ତି ଅଧିକ ରହିବ, କିନ୍ତୁ ସମୟ ଗଡ଼ି ଚାଲିବା ସହିତ କିସ୍ତି ପରିମାଣ ମଧ୍ୟ କମି କମିଯିବ। ଉଦାହରଣ ସ୍ୱରୂପ, ଜଣେ ଗ୍ରାହକ ଯଦି ୨୦ ବର୍ଷିଆ ମିଅ।ଦରେ ୫୦ ଲକ୍ଷ ଟଙ୍କାର ଗୃହ ଋଣକୁ ୯% ସୁଧରେ ନେବେ ତାଙ୍କୁ ୫୭.୯୬ ଲକ୍ଷ ଟଙ୍କାର ସୁଧ ଗଣିବାକୁ ପଡ଼ିବ। ମାତ୍ର ଅ।କ୍ସିସ୍‌ ବ୍ୟାଙ୍କର କ୍ୱିକ୍‌ ପେ ହୋମ୍‌ ଲୋନ ରେ ଯଦି ସେହି ଗ୍ରାହକ ୯.୨୦% ଭଳି ଅଧିକ ସୁଧ ହାରରେ ସେହି ସମାନ ଋଣ ନେବେ ତାଙ୍କୁ ୪୬.୧୯ ଲକ୍ଷ ଟଙ୍କାର ସୁଧ ଗଣିବାକୁ ପଡ଼ିବୟ ଅର୍ଥାତ ତାଙ୍କର ୧୧.୭୭ ଲକ୍ଷ ଟଙ୍କାର ସଂଚୟ ହେବ।

ସମ୍ବନ୍ଧିତ ଖବର