ରାମଦେବ ବାବାଙ୍କୁ ଟକ୍କର ଦେବାକୁ ବଜାରକୁ ଆସୁଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର

ଆଜି ପର୍ଯ୍ୟନ୍ତ ଆୟୁର୍ବେଦିକ ବଜାରରେ ଚହଳ ସୃଷ୍ଟି କରିଛି ବାବା ରାମଦେବଙ୍କ ପତଂଜଳି ସାମଗ୍ରୀ। କିନ୍ତୁ ଖୁବ ଶୀଘ୍ର ବାବା ରାମଦେବଙ୍କ ଏହି ସାମଗ୍ରୀକୁ ଟକ୍କର ଦେବାପାଇଁ ବଜାରକୁ ଆସୁଛି ଆଉ ଜଣେ ବାବାଙ୍କ ଆୟୁର୍ବେଦିକ ସାମଗ୍ରୀ। ଆଜ୍ଞା ହଁ ! ପତଂଜଳୀକୁ ଟକ୍କର ଦେବାକୁ ଆସୁଛି ଆର୍ଟ ଅଫ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନୀ ‘ଶ୍ରୀ ଶ୍ରୀ ଆୟୁର୍ବେଦ’। ବାବା ରାମଦେବ ଆଚାର୍ଯ୍ୟ ବାଲକୃଷ୍ଣ ସହିତ ମିଶି ପତଂଜଳି ଆୟୁର୍ବେଦ ଜରିଆରେ ଦେଶର ଅଫଏମସିଜି ସେକ୍ଟରର କଂପାନିକୁ ପୂର୍ବରୁ ହିଁ ଟକ୍କର ଦେଇଆସୁଛନ୍ତି। କିନ୍ତୁ ଏବେ ଏହି ଦୌଡ଼ରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ କଂପାନି ମଧ୍ୟ ସାମିଲ ହେବାକୁ ଯାଉଛି। ଖବର ମୁତାବକ, ଶ୍ରୀ ଶ୍ରୀ ଆୟୁର୍ବେଦ ପାଖାପାଖି ୨୦୦ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି। ଯାହାକୁ କଂପାନୀ ବିଭିନ୍ନ ବିଜ୍ଞାପନ ଏବଂ ପ୍ରମୋସନ ଉପରେ ବ୍ୟୟ କରିବା ଯେଉଁଥିରେ ଟିଭି, ପ୍ରିଂଟ, ଡିଜିଟାଲ , ଆଇଟଡୋର ଏବଂ ବିଭିନ୍ନ ପ୍ରକାରର ପ୍ରମୋସନ ସାମିଲ।

ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ନିକଟରେ ହୋଇଥିବା ଆଇପିଏଲର ୧୧ତମ ସିଜିନରେ ବି ଶ୍ରୀ ଶ୍ରୀ ଆୟୁର୍ବେଦ କଂପାନୀ ଟିଭିରେ ଦିଆଯାଉଥିବା ବିଜ୍ଞାପନଗୁଡିକ ଉପରେ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ବେଙ୍ଗାଲୁରୁସ୍ଥିତ କଂପାନୀର ସିଇଓଙ୍କ ସୂଚନା ମୁତାବକ, ଶ୍ରୀ ଶ୍ରୀ ଆୟୁର୍ବେଦ ସାରା ଦେଶରେ ୧ ହଜାରୁରୁ ଅଧିକ ବ୍ରାଣ୍ଡେଡ ଷ୍ଟୋର୍ସ ଖୋଲିବାକୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛି। ଯାହାକି ଏବେ ଚୂଡାନ୍ତ ପର୍ଯ୍ୟାୟରେ ରହିଛି।

ବର୍ତ୍ତମାନ ଶ୍ରୀ ଶ୍ରୀ ଆୟୁର୍ବେଦ ଟୁଥପେଷ୍ଟ, ଭଡାରେ ଜିନିଷ ଯୋଗାଇଦେବା ଏବଂ ପର୍ସନାଲ କେୟାର ଭଳି ଅତ୍ପାଦର ହିଁ ସବୁଠାରୁ ବେଶି ପ୍ରଚାର କରିବ। କଂପାନୀ ଫେସ ୱାସ, କ୍ରିମ ଏବଂ ଲୋସନ, ସାମ୍ପୁ, ଘିଅ, ଚାଉଳ, ନଡିଆ ତେଲ ଏବଂ ଗୁଡ ଉପରେ ଅଧିକ ଗୁରୁତ୍ୱ ଦେବ। ଏଠାରେ ଆମେ କହି ରଖୁଛୁ କି, ପତଂଜଳି ଆୟୁର୍ବେଦ ପୂର୍ବରୁ ହିଁ ଏହି ସେକ୍ଟରରେ ନିଜର ଦବଦବା ଜାହିର କରି ଆସୁଛି। ବର୍ତ୍ତମାନ ସମୟରେ ଭାରତରେ ପର୍ସନାଲ କେୟାର ପ୍ରଡକ୍ଟସର ବଜାର ପାଖାପାଖି ୧୮,୫୦୦ କୋଟି ଟଙ୍କାର ରହିଛି।

ତେବେ ପତଂଜଳୀ ଏବଂ ଶ୍ରୀ ଶ୍ରୀ ଆୟୁର୍ବେଦ ମଧ୍ୟରେ କଡ଼ା ଟକ୍କର ଏଥିପାଇଁ କୁହାଯାଉଛି କି, କାରଣ ଉଭୟ ଯାକ ସ୍ୱଦେଶୀ ପ୍ରଡକ୍ଟ ବିକ୍ରି କରିବାକୁ ହିଁ ଦାବି କରୁଛନ୍ତି। ଏଯାବତ୍‌ ସ୍ୱଦେଶୀ ପ୍ରଡକ୍ଟ ନାଁରେ ବାବା ରାମଦେବଙ୍କ ପତଂଜଳି କଂପାନିର ଏକଛତ୍ରବାଦୀ ରାଜୁତି ଚାଲିଥିଲା କିନ୍ତୁ ଏବେ ଏହାକୁ ବି ଚ୍ୟାଲେଂଜ ମିଳିବା ଏକପ୍ରକାରେ ନିଶ୍ଚିତ। ଯଦିଓ ଅନେକ ବହୁରାଷ୍ଟ୍ରୀୟ କଂପାନୀମାନେ ଯେପରିକି, ହିନ୍ଦୁସ୍ଥାନ ୟୁନିଲିଭର, ଲୋକଗେଟ, ଫ୍ୟୁଚର ଗ୍ରୁପ, ଡାବର ଆଦି କଂପାନିମାନେ ବି ନିଜ ନିଜର ଆୟୁର୍ବେଦ ଆଧାରିତ ପ୍ରଡକ୍ଟଗୁଡିକୁ ଲଂଚ କରିବାରେ ଲାଗିପଡ଼ିଛନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ପତଂଜଳି ପ୍ରତି ବର୍ଷ ପାଖାପାଖି ୧୦ ହଜାର କୋଟି ଟଙ୍କାର ଉତ୍ପାଦ ବିକ୍ରି କରିଥାଏ।

ସମ୍ବନ୍ଧିତ ଖବର