ବାବା ରାମଦେବଙ୍କ କମ୍ପାନି ପତଞ୍ଜଳିର ବିକ୍ରିରେ ୧୦% ହ୍ରାସ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳିର ବ୍ୟବସାୟ ହ୍ରାସ ପାଇବାପରେ ଲାଗିଛି ।ଏହା ଫଳରେ ବାବା ରାମଦେବଙ୍କୁ ଝଟକା ଲାଗିଥିବା କୁହାଯାଉଛି।

ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳିର ବଜାରରେ ବହୁତ ଚାହିଦା ଥିଲା । ଲୋକମାନେ ମଧ୍ୟ ପତଞ୍ଜଳି ସାମଗ୍ରୀ ଆଗ୍ରହର ସହ ନେଉଥିଲେ । ଭାରତରେ ତିଆରି ନଡିଆ ତେଲ ଓ ଆୟୁର୍ବେଦ ଔଷଧ ଭଳି ତାଙ୍କ ଭାରତ ନିର୍ମିତ ଉତ୍ପାଦ ବିଦେଶୀ କମ୍ପାନିଙ୍କ ପାଇଁ ବଡ ଚ୍ୟାଲେଂଜ ରୂପରେ ସାମନାକୁ ଆସିଥିଲା । କିନ୍ତୁ ଏକ ରିପୋର୍ଟ ମୁତାବକ, ଏବେ ରାମଦେବଙ୍କ ରୋଜଗାର କମି କମି ଆସୁଛି । କମ୍ପାନିର ବିକ୍ରିରେ ୧୦% ହ୍ରାସ ରେକର୍ଡ କରାଯାଇଛି ।

photo-reacho

୨୦୧୭ ମସିହାରେ ପତାଞ୍ଜଳିର ପ୍ରତିଷ୍ଠାତା ବାବା ରାମଦେବ ଆଶା କରିଥିଲେ ଯେ ୨୦୧୮ -୧୯ ଆର୍ଥିକ ବର୍ଷରେ କମ୍ପାନିର ବିକ୍ରି ଦୁଇଗୁଣା କରି ୨୦,୦୦୦କୋଟିରେ ପହଂଚିବ । କିନ୍ତୁ ବିକ୍ରି ବୃଦ୍ଧି ପାଇବା ବଦଳରେ ୧୦ପ୍ରତିଶତ ହ୍ରାସ ପାଇଛି। କମ୍ପାନିର ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି । ଚଳିତ ବର୍ଷରେ ପତଞ୍ଜଳି ବିକ୍ରିରେ ହ୍ରାସ ହୋଇଥିବା ଅନୁମାନ କରାଯାଉଛି । ୨୦୧୮ ଡିସେମ୍ବରରେ ତ୍ରୈମାସିକ ବିକ୍ରିରୁ ମିଳିଥିବା ଅର୍ଥର ପରିମାଣ  ୪୭୦୦କୋଟି ଟଙ୍କା ଥିବା ଜଣାଯାଇଛି ।

 

 

ସମ୍ବନ୍ଧିତ ଖବର