ଫେରିଲା ବଜାଜ ଚେତକ ସ୍କୁଟର

ନୂଆଦିଲ୍ଳୀ : ଅତୀତରେ ଭାରତୀୟଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବଜାଜ ଚେତକ ସ୍କୁଟର ପୁଣି ଥରେ ଫେରିଛି। ଏଥର ଇଲେକ୍ଟ୍ରିକ ସ୍କୁଟର ଭାବେ ଏହା ସାମ୍ନାକୁ ଆସିଛି। ବଜାଜ ଚେତକ ଇଲେକ୍‌ଟ୍ରିକ୍ ସ୍କୁଟର୍‌ର ବ୍ୟାଟେରିକୁ ଥରେ ଚାର୍ଜ କଲେ ତାହା ୮୫ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଇକୋ ମୋଡ୍‌ରେ ୯୫ କିଲୋମିଟର ଯାଇପାରିବ। ଏଥିରେ କଂପାନି ଡିଜିଟାଲ୍ କନ୍‌ସୋଲ ଥିବା ଡିସ୍‌ପ୍ଲେ, ଏଲ୍‌ଇଡି ହେଡ୍‌ଲାଇଟ୍‌ ଏବଂ ଏଲଇଡି ବ୍ଲିଙ୍କର୍ସ ବ୍ୟବହାର କରିଛି। ଏଥିରେ ଶକ୍ତିଶାଳୀ ଲିଥିଅମ୍-ଆୟନ ବ୍ୟାଟେରି ବ୍ୟବହାର କରାଯାଇଛି ଯାହାକୁ ଘରେ ଚାର୍ଜ କରିହେବ। ଆସନ୍ତା ଜାନୁଆରି ଠାରୁ ଏହି ସ୍କୁଟରର ବିକ୍ରି ଆରମ୍ଭ ହେବ।

ସମ୍ବନ୍ଧିତ ଖବର