ଆସିଗଲା ବଜାଜ୍‌ ପଲସରର ବ୍ଲାକ୍‌ ପ୍ୟାକ୍‌ ଲିମିଟେଡ୍‌ ଏଡିସନ

ମୁମ୍ବାଇ- ବଜାଜ ଅଟୋ ପକ୍ଷରୁ ନିଜର ସବୁଠୁ ସଫଳ ବାଇକ୍‌ ପଲସର୍‌ର ୧ କୋଟି ବିକ୍ରି ସଫଳତା ପାଳନ କରାଯାଉଛି । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ କମ୍ପାନି ପକ୍ଷରୁ ବଜାଜ୍‌ ପଲସର ବ୍ଲାକ୍‌ ପ୍ୟାକ୍‌ ଏଡିସନ ବଜାରକୁ ଛଡାଯାଇଛି । ଏହି ସ୍ୱତନ୍ତ୍ର ସଂସ୍କରଣଟି ପଲ୍‌ସର୍‌ ୧୫୦, ୧୮୦ ଓ ୨୨୦ ଏଫ ମଡେଲରେ ଉପଲବ୍ଧ ହେଉଛି । ତେବେ ଏଥପାଇଁ କୌଣସି ଅଲଗା ମୂଲ୍ୟ ରଖାଯାଇନାହିଁ । ଅର୍ଥାତ୍‌ ଆପଣ ଏହିସବୁ ମଡେଲର ସ୍ୱାଭାବିକ ପ୍ରାଇସ୍‌ରେ ସ୍ୱତନ୍ତ୍ର ମଡେଲଟି ପାଇପାରିବେ । ତେବେ ଏହି ବ୍ଲାକ୍‌ ପ୍ୟାକ୍‌ ୨୦୧୮ ଏଡିସନଟି ସୀମିତ ପରିମାଣରେ ବଜାରକୁ ଛଡାଯାଇଥିବାରୁ ଏହା ପାଇବା ପାଇଁ ଆପଣଙ୍କୁ ଟିକିଏ ଭାଗ୍ୟବାନ ହେବାକୁ ପଡିବ ।

ଏହି ବ୍ଲାକ୍‌ ପ୍ୟାକ୍‌ ସଂସ୍କରଣଟି ଗୋଟିଏ ରଂଙ୍ଗ ପ୍ରିମିୟମ ବ୍ଲାକ୍‌ କଲରରେ ଉପଲବ୍ଧ । ଏଥିରେ ରହିଛି ମ୍ୟାଟ୍‌ ଗ୍ରେ ହାଇଲାଇଟ୍‌ ଓ ରେଡ୍‌ ଆସେଣ୍ଟ ଓ ହ୍ଵାଇଟ୍‌ ଆଲଏ ହ୍ଵିଲ୍‌ । ତେବେ ଏହାର ଅନ୍ୟାନ୍ୟ ଫିଚର ରେଗୁଲାର ପଲସର ମଡେଲଗୁଡିକ ସହ ସମାନ ରହିଛି ।

ଏ ସଂପର୍କରେ କମ୍ପାନିର ସଭାପତି-ମୋଟରସାଇକେଲ ଏରିକ୍‌ ଭାସ କହିଛନ୍ତି ଯେ ୨୦୦୧ ରେ ଲଞ୍ଚ ହେବା ପରଠାରୁ ବଜାଜ୍‌ ପଲସର ଭାରତର ନଂ୧ ସ୍ପୋର୍ଟସ ମୋଟରସାଇକେଲ ବ୍ରାଣ୍ଡ ହୋଇ ରହିଛି । ଏବେ ପଲସର ବିଶ୍ୱର ୨୫ଟି ଦେଶରେ ବିକ୍ରି ହେଉଛି ଓ ମାର୍କେଟ୍‌ ଲିଡର ହୋଇପାରିଛି । ଏହି ସଫଳତାକୁ ଭିତ୍ତିକରି ଏହି ମଡେଲ ୧ କୋଟି ବିକ୍ରି ମାଇଲଖୁଣ୍ଟ ପାର କରିପାରିଛି ।

ସମ୍ବନ୍ଧିତ ଖବର