ଭୁବନେଶ୍ବର: ବଜାଜ ଅଟୋ ପକ୍ଷରୁ ୧୧୦ ସିସିର ପ୍ଲାଟିନା ଓ ସିଟିକୁ ଉନ୍ମୋଚନ କରାଯାଇଛି। ‘ପ୍ଲାଟିନା ୧୧୦ ଏଚ୍-ଗିୟର୍’ରେ ରହିଛି ଏକ ଡିଜିଟାଲ୍ କନ୍ସୋଲ ଯେଉଁଥିରେ ପ୍ରଥମ ଥର ପାଇଁ ଗିୟର ସିଫ୍ଟ ଗାଇଡ୍, ଟ୍ରିପ୍ ମିଟର ଓ ଫୁଏଲ୍ ଇଣ୍ଡିକେଟର୍ ସୁବିଧା ପ୍ରଦାନ କରାଯାଇଛି। ଏଥିରେ ଅତିରିକ୍ତ ଭାବେ ଏକ ହାଇୱେ ଗିୟର ରହିଛି ଯାହା ପିକ୍ଅପ୍ ଓ ଇନ୍ଧନ ମିତବ୍ୟୟିତାର ଉପଯୁକ୍ତ ସମିଶ୍ରଣ ପ୍ରଦାନ କରୁଛି। ଯେଭଳି ଶୀଘ୍ର ଗିୟର ବଦଳାଇ ହେବ ସେଥିପାଇଁ ଏଥିରେ ଫିଦର୍ ଟଚ୍ ଗିୟର ସିଫ୍ଟ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଏଥିରେ ଟ୍ୟୁବଲେସ୍ ଟାୟାର ଓ ୩ଡି ଲୋଗୋ ମଧ୍ୟ ରହିଛି। ତିନିଟି ରଙ୍ଗରେ ଉପଲବ୍ଧ ହେଉଥିବା ପ୍ଲାଟିନା ୧୧୦ ଏଚ୍-ଗିୟରର ଏକ୍ସ ସୋ’ରୁମ୍ ଦର (ଦିଲ୍ଲୀ) ୫୫,୩୭୩ ଟଙ୍କା ରହିଛି।ସେହିପରି, ସିଟି ୧୧୦ରେ ସେମି-ନୋବି ଟାୟାର ବ୍ୟବହାର କରାଯାଇଥିବା ବେଳେ ଏହାର ଗ୍ରାଉଣ୍ଡ୍ କ୍ଲିୟରାନ୍ସକୁ ବଢ଼ାଯାଇଛି ଓ ଏକ ବଡ଼ କ୍ରାସ୍ ଗାର୍ଡ ଲଗାଯାଇଛି। ଏହା ଲମ୍ବା ସିଟ୍କୁ ଗ୍ରାହକମାନେ ପସନ୍ଦ କରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୩୭,୯୯୭ ଟଙ୍କାରୁ ଆରମ୍ଭ ହୋଇଛି। ଏହା ଉଭୟ କିକ୍ ଷ୍ଟାର୍ଟ ଓ ଇଲେକ୍ଟ୍ରିକ୍ ଷ୍ଟାର୍ଟ ବିକଳ୍ପ ଏବଂ ତିନିଟି ଆକର୍ଷରୀୟ ରଙ୍ଗରେ ଉପଲବ୍ଧ ହେଉଛି।
ବଜାଜ୍ର ନୂଆ ୧୧୦ ସିସି ପ୍ଲାଟିନା, ସିଟି
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)