ବଜରଙ୍ଗ ଟେଲି ସର୍ଭିସେସ୍‌ର ଲକି ଡ୍ର’

ଭୁବନେଶ୍ୱର: ସହିଦନଗରସ୍ଥିତ ବଜରଙ୍ଗ ଟେଲି ସର୍ଭିସେସ୍‌ ପକ୍ଷରୁ ଶାରଦୀୟ ପୂଜା ଅବସରରେ ହୋଇଥିବା ଏକ ‘ଟେକ୍‌ ଆଣ୍ଡ୍‌ ଓ୍ଵିନ୍‌’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ଲକି ଡ୍ର’ ଅନୁଷ୍ଠିତ ହୋଇଯାଇଛି। ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର ଯୋଗଦେଇ ଭାଗ୍ୟଶାଳୀ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ସେଲ୍‌ଫି ଉଠାଇଥିଲେ। ପ୍ରଥମ ପୁରସ୍କାର ହୋଣ୍ଡା ଆକ୍ଟିଭା, ଦ୍ୱିତୀୟ ପୁରସ୍କାର ଏଲ୍‌ଇଡି ଟିଭି, ତୃତୀୟ ପୁରସ୍କାର ରେଫ୍ରିଜରେଟର, ଚତୁର୍ଥ ପୁରସ୍କାର ଓ୍ଵାସିଂ ମେସିନ୍‌ ପ୍ରଦାନ କରାଯାଇଥିଲା। ସଂସ୍ଥା ପକ୍ଷରୁ ଗଜାନନ ଅଗ୍ରଓ୍ଵାଲ ଓ ସନ୍ଦୀପ ନାୟକ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର