ବନ୍ଦେ ଭାରତ ଏକ୍ସପ୍ରେସ୍ ଟିକଟ ଦର ୩୫୨୦ ଟଙ୍କା

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ଦିଲ୍ଲୀରୁ ବାରାଣାସୀ ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ବା ଟ୍ରେନ୍‌ ୧୮ର ଚଳାଚଳ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରିବେ। ଏହି ଟ୍ରେନ୍‌ରେ ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀରେ ଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ୩୫୨୦ ଟଙ୍କା ଗଣିବାକୁ ପଡ଼ିବ। ଚେୟାର୍‌ କାର୍‌ରେ ଯାତ୍ରା କରିବା ପାଇଁ ୧୮୫୦ ଟଙ୍କା ଦେବାକୁ ପଡ଼ିବ। ରିଟର୍ଣ୍ଣ ଯାତ୍ରା ବେଳେ ଚେୟାର୍‌ କାର୍‌ର ଟିକଟ ଦର ୧୭୯୫ ଟଙ୍କା ଓ ଏକ୍‌ଜିକ୍ୟୁଟିଭ୍ ‌କ୍ଲାସ୍‌ର ଦର ୩୪୭୦ ଟଙ୍କା ରହିବ। ଟିକଟ ଦରରେ କ୍ୟାଟରିଂ ଚାର୍ଜ ସାମିଲ ରହିଛି।

ସମ୍ବନ୍ଧିତ ଖବର