ବ୍ୟାଙ୍କ, ଡାକଘରେ ଆଧାର ପଞ୍ଜୀକରଣ, ଅପ୍‌ଡେଟ୍‌ ଜାରି ରହିବ

ନୂଆଦିଲ୍ଲୀ: ବ୍ୟାଙ୍କ, ଡାକ ଘର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଆଧାର ପଞ୍ଜୀକରଣ ଓ ଅପ୍‌ଡେଟ୍‌ କାମ ଜାରି ରହିବ ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ)ର ସିଇଓ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଆଧାରକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଆଧାର ପଞ୍ଜୀକରଣ ଓ ଅପ୍‌ଡେଟ୍‌ ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁଁ। ବ୍ୟାଙ୍କ ଖାତା ଖୋଲିବା, ମୋବାଇଲ୍‌ ଫୋନ୍ ସଂଯୋଗ ନେବା ଓ ସ୍କୁଲ୍‌ରେ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଧାରର ସ୍ବୀକୃତି (ଅଥେଣ୍ଟିକେସନ୍‌) ଉପରେ କୋର୍ଟ କଟକଣା ଲଗାଇଛନ୍ତିି। କିନ୍ତୁ, ଏହା ଦ୍ବାରା ହେଉଥିବା ଅନ୍ୟ କାମଗୁଡ଼ିକ ଉପରେ କୋର୍ଟ କିିଛି କହିନାହାନ୍ତି। ଅନେକ ପ୍ରକାର କାମ ପାଇଁ ଏବେ ଆଧାରକୁ ଅଫ୍‌ଲାଇନ୍‌ ମୋଡ୍‌ରେ ବ୍ୟବହାର କରାଯାଉଛି। ଆଧାର ବ୍ୟବସ୍ଥାରେ ବ୍ୟାଙ୍କଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ‌ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର