ବ୍ୟାଙ୍କ ଖାତା-ଆଧାର୍‌ ଲିଙ୍କ୍‌ ପାଇଁ ନୂଆ ଗାଇଡ୍‌ଲାଇନ୍‌

ମୁମ୍ବାଇ,: ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ୍‌ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ‘ନୋ ୟୋର୍‌ କଷ୍ଟମର୍‌’ ସଂକ୍ରାନ୍ତରେ ଯେଉଁ ସଦ୍ୟତମ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ସେଥିରେ ଆଧାର ଲିଙ୍କ୍‌ କରିବା ବିଷୟକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଗାଇଡ୍‌ଲାଇନ୍‌ରେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି ଯେ ଆଧାର ଉପରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି। ଏହାର ଅର୍ଥ ହେଉଛି ଯେଉଁମାନେ ଚାହିଁବେ ନିଜ ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ୍‌ କରାଇପାରିବେ। ଯେଉଁମାନେ ନଚାହିଁବେ ସେମାନଙ୍କୁ କିଛି ଅସୁବିଧା ସାମ୍ନା କରିବାକୁ ପଡ଼ିବନି। ଯଦି ସୁପ୍ରିମକୋର୍ଟ ଆଧାର ଲିଙ୍କ୍‌ ସପକ୍ଷରେ ରାୟ ଶୁଣାଇବେ ତେବେ ସମସ୍ତଙ୍କୁ ନିଜ ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ୍‌ କରାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର