ନୂଆବର୍ଷ ପୂର୍ବରୁ ୫ ଦିନ ବନ୍ଦ ରହିପାରେ ବ୍ୟାଙ୍କ୍‌! ୨୦ରୁ ୨୬ ମଧ୍ୟରେ ରଖନ୍ତୁ ନାହିଁ ବ୍ୟାଙ୍କ୍‌ କିମ୍ବା ଏଟିଏମ୍‌ କାମ

ନୂଆଦିଲ୍ଲୀ: ନୂଆ ବର୍ଷ ପାଇଁ ଏବେଠାରୁ ଲୋକ ପ୍ରସ୍ତୁତିରେ ଲାଗି ଗଲେଣି। ଏହି ପ୍ରସ୍ତୁତି ଭିତରେ ଲୋକଙ୍କୁ ସମାନ୍ୟ ସମସ୍ୟାର ବି ସାମ୍ନା କରିବାକୁ ପଡ଼ିପାରେ। କାହିଁକି ନା, ୨୦ ଡିସେମ୍ବର ପରେ ୫ ଦିନ ଧରି ବ୍ୟାଙ୍କ୍‌ ବନ୍ଦ ରହିବ। ଯେଉଁଥି ପାଇଁ ଏଟିଏମ୍‌ରେ ବି ଟଙ୍କା ଅଭାବ ପଡ଼ିପାରେ। ସବୁ ବ୍ୟାଙ୍କ୍‌ ୨୦ ତାରିଖ ମଧ୍ୟରେ ସୁଚାରୁ ରୂପେ କାମ କରିବେ। ୨୧ ତାରିଖରୁ ୨୬ ତାରିଖ ମଧ୍ୟରେ ୫ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ। ୨୧ରୁ ୨୬ ଡିସେମ୍ବର ମଧ୍ୟରେ କେବଳ ମାତ୍ର ଗୋଟାଏ ଦିନରେ ବ୍ୟାଙ୍କ୍‌ ଖୋଲା ରହିବ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୧ ଡିସେମ୍ବରରେ ବ୍ୟାଙ୍କ୍‌ କର୍ମଚାରୀମାନେ ଧର୍ମଘଟ କରିବେ। ଏହି ଧର୍ମଘଟ କାରଣରୁ ୨୧ ତାରିଖରେ ସବୁ ସରକାରୀ ବ୍ୟାଙ୍କ୍‌ ବନ୍ଦ ରହିବ।

ତା’ପରଦିନ ଅର୍ଥାନ ୨୨ ତାରିଖ ହେଉଛି ମାସର ଚତୁର୍ଥ ଶନିବାର। ଏହି ସକାଶେ ସେ ଦିନ ବି ବ୍ୟାଙ୍କ୍‌ ଛୁଟି ରହିବ।

ତା’ପର ଦିନ ୨୩ ତାରିଖ ରବିବାର ଯେହେତୁ ଛୁଟି ରହିବା ସ୍ୱାଭାବିକ।

୨୪ ତାରିଖ ଅର୍ଥାତ, ସୋମବାର ଗୋଟାଏ ଦିନ ବ୍ୟାଙ୍କ୍‌ ଖୋଲା ରହିବ।

ତା’ପର ଦିନ ୨୫ ତାରିଖ ହେଉଛି ଜିଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ। ଅର୍ଥାତ, କ୍ରିସ୍‌ ମାସ୍‌। ସେଦିନ ବି ବ୍ୟାଙ୍କ୍‌ ବନ୍ଦ ରହିବ।

୨୬ ତାରିଖରେ ବି ଧର୍ମଘଟ କାରଣରୁ ବ୍ୟାଙ୍କ୍‌ ବନ୍ଦ ରହିପାରେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର