କୋଟିକୋଟି ଲୋକଙ୍କୁ ଝଟକା: ଏସ୍‌ବିଆଇ ସମେତ ଏହି ବଡ଼ ବ୍ୟାଙ୍କମାନଙ୍କର ମାଗଣା ସେବା ଉପରେ ଦେବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ରାଶି ରଖିଲେ ବି ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ। ଏଯାବତ୍‌ ଜମା ଖାତାରେ ସର୍ବନିମ୍ନ ରାଶି ନରଖିଲେ ବ୍ୟାଙ୍କ ଚାର୍ଜ ନେଉଥିଲା। ଟ୍ୟାକ୍ସ ଡିପାର୍ଟମେଣ୍ଟ ନିକଟରେ କେତେଟି ବଡ଼ ବ୍ୟାଙ୍କରେ ସର୍ବନିମ୍ନ ରାଶି ରଖିଥିବା ଗ୍ରାହକଙ୍କୁ ମାଗଣାରେ ଦିଆଯାଇଥିବା ସେବା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି କହିଛନ୍ତି। ଏଥିରେ ଏସ୍‌ବିଆଇ, ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ୍‌ ଓ କୋଟକ ମହିନ୍ଦ୍ରା ଭଳି ବଡ଼ ବ୍ୟାଙ୍କ ସାମିଲ ରହିଛି।

ଆର୍ଥାତ୍‌ ଏଣିକି ଜମାଖାତାରେ ସର୍ବନିମ୍ନ ରାଶି ଥାଇ ମଧ୍ୟ ଆପଣଙ୍କୁ ଏଟିଏମ ଟ୍ରାନ୍‌ଜାକ୍‌ସନ୍‌, କ୍ୟୁଲ, ସରଚାର୍ଜ ରିଫଣ୍ଡ, ଚେକ୍‌ ବୁକ୍‌, ଡେବିଟ କାର୍ଡ ଆଦି ସେବା ମାଗଣାରେ ମିଳି ପାରିବ ନାହିଁ। ଡାଇରେକ୍ଟରେଟ ଜେନେରାଲ ଅଫ ଗୁଡସ୍‌ ଆଣ୍ଡ ସର୍ଭିସେଜ ଟ୍ୟାକ୍ସ ଇଣ୍ଟେଲିଜେନ୍ସ (ଡିଜିଜିଏସ୍‌ଟି) ଏହି ବ୍ୟାଙ୍କମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ନୋଟିସ୍‌ ଅନ୍ୟ ବ୍ୟାଙ୍କମାନଙ୍କୁ ବି ପଠାଯିବ। ବିଭାଗ ଗତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଟ୍ୟାକ୍ସ ପୈଠ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର