ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ମହିଳା ଦିବସ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦା, କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ବ୍ୟାଙ୍କର ନୟାପଲ୍ଲୀ ଶାଖା ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସତ୍ୟଭାମା ୱେଲଫେୟାର୍ ଟ୍ରଷ୍ଟ ପରିଚାଳନା ଟ୍ରଷ୍ଟି ନିରଜା ଲକ୍ଷ୍ମୀ ମହାପାତ୍ର ଏବଂ ମଧୁମୟ ଆଦର୍ଶ ଶିକ୍ଷା ନିକେତନ ଭୁବନେଶ୍ୱରର ସୁପରିଟେଣ୍ଡେଣ୍ଟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବ୍ୟାଙ୍କର ଉପକ୍ଷେତ୍ରୀୟ ମୁଖ୍ୟ ଭରତ ଭୂଷଣ ଏବଂ କଟକ ଓ ଭୁବନେଶ୍ୱରର ସମସ୍ତ ଶାଖାର ମହିଳା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭୁବନେଶ୍ୱର ମୁଖ୍ୟ ଶାଖାର ଉପମହାପ୍ରବନ୍ଧକ ତଥା ଶାଖା ମୁଖ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଦୀପ୍ତିମୟୀ ଗୁରୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର