ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଗଭର୍ଣ୍ଣର ନିଯୁକ୍ତ! ରାଜନ୍‌ଙ୍କୁ ନେଇ ପୁଣି ଚର୍ଚା

ଲଣ୍ଡନ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡ. ରଘୁରାମ୍‌ ରାଜନ୍‌ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର ପଦରେ ନିଯୁକ୍ତି ହେବା ନେଇ ଚର୍ଚା ଜୋର ଧରିଛି। ମାର୍କ କାର୍ନିଙ୍କ ସ୍ଥାନରେ ତାଙ୍କୁ ରାଜନ୍‌ଙ୍କୁ ନିଯୁକ୍ତି ମିିଳିଥିବା କୁହାଯାଉଛି। ରାଜନ୍‌ଙ୍କୁ ବାର୍ଷିକ ୮୭୪୦୦୦ ପାଉଣ୍ଡ୍‌ ବେତନରେ ନିଯୁକ୍ତି ମିଳିଛି। ଯାହାଫଳରେ ସେ ବିଶ୍ୱରେ ସବୁଠୁ ଅଧିକ ବେତନ ପାଉଥିବା କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ହୋଇ ପାରିଥିବା କୁହାଯାଉଛି। ଇଣ୍ଟରନେଟ୍‌ରେ ଏ ନେଇ ଖବର ପ୍ରସାର ହୋଇଥିଲେ ମଧ୍ୟ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ପକ୍ଷରୁ କୌଣସି ଘୋଷଣାନାମା ଏ ପର୍ଯ୍ୟନ୍ତ ଆସିନାହିଁ। ଭାରତରେ ଦ୍ୱିତୀୟ ଥର ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହେବାର ଆଗ୍ରହ ତାଙ୍କର ରହିଥିଲେ ମଧ୍ୟ ବିଜେପିର କେତେକ ନେତାଙ୍କ ସମାଲୋଚନା ଯୋଗୁ ସେ ଏଥିରୁ ଓହରି ଯାଇଥିଲେ। ପରେ ଆମେରିକାର ଚିକାଗୋ ଚାଲିଯାଇ ସେଠାରେ ବୁଥ୍‌ ସ୍କୁଲ ଅଫ୍‌ ବିଜ୍‌ନେସ୍‌ରେ ଅଧ୍ୟାପନା ଦାୟିତ୍ୱ ସମ୍ପାଦନ କରୁଥିଲେ। ରାଜନ୍‌ ପ୍ରଥମ ଅଣ ପାଶ୍ଚାତ୍ୟ ଏବଂ କନିଷ୍ଠ ବ୍ୟକ୍ତିଭାବେ ୪୦ ବର୍ଷ ବୟସରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ହୋଇ ପାରିଥିଲେ। ଏଥିସହିତ ୨୦୦୮ରେ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବା ନେଇ ୨୦୦୫ରେ ପୂର୍ବାନୁମାନ କରିଥିଲେ। ପରେ ତାଙ୍କ ପୂର୍ବାନୁମାନ ସତ ହେବାରୁ ସେ ବିଶ୍ୱବ୍ୟାପୀ ଚର୍ଚା ପରିସରକୁ ଆସି ଯାଇଥିଲେ।

ସମ୍ବନ୍ଧିତ ଖବର