ବ୍ୟାଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି ଆଲୋଚନା ୫ରେ

ନୂଆଦିଲ୍ଲୀ: ସରକାର ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ବେତନ ଘୋଷଣା କରିବା ଯୋଜନା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୫ ତାରିଖରେ ଭାରତୀୟ ବ୍ୟାଙ୍କ ମହାସଂଘ (ଆଇବିଏ) ଏବଂ କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ବୈଠକ ହେବ ବୋଲି ଜଣାଯାଇଛି। ବୈଠକରେ ବ୍ୟାଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି ସମ୍ପର୍କରେ ସହମତି ପ୍ରକାଶ ପାଇବ ବୋଲି ଅର୍ଥ ମନ୍ତ୍ରାଳୟ ଆଶାବ୍ୟକ୍ତ କରିଛି। ବ୍ୟାଙ୍କ କର୍ମଚାରୀମାନେ ୨୫% ବେତନ ବୃଦ୍ଧି ଦାବି କରୁଛନ୍ତି। କିନ୍ତୁ ବ୍ୟାଙ୍କ ପରିଚାଳନା କର୍ତୃପକ୍ଷ ୧୦ରୁ ୧୫% ପର୍ଯ୍ୟନ୍ତ ବୃଦ୍ଧି ସପକ୍ଷରେ ଅଛନ୍ତି। ବ୍ୟାଙ୍କ କର୍ମଚାରୀମାନଙ୍କ ବେତନ ବୃଦ୍ଧି ସଂକ୍ରାନ୍ତ ମାମଲା ୨୦୧୭ ନଭେମ୍ବରରୁ ଅଟକି ରହିଛି। ଏ ନେଇ ଏକାଧିକ ବୈଠକ ହୋଇଥିଲେ ମଧ୍ୟ ଏ ଯାଏଁ ସହମତି ପ୍ରକାଶ ପାଇପାରି ନାହିଁ।

ସମ୍ବନ୍ଧିତ ଖବର