ପରିଶୋଧର ୧୫ ଦିନ ମଧ୍ୟରେ ବ୍ୟାଙ୍କ ଋଣ କାଗଜପତ୍ର ଫେରସ୍ତ ଦେବ : ସୀତାରମଣ

ନୂଆଦିଲ୍ଲୀ : ଏଣିକି ଗ୍ରାହକମାନେ ଋଣ ସଂପୂର୍ଣ୍ଣଭାବେ ପରିଶୋଧ କରିବାର ୧୫ ଦିନ ମଧ୍ୟରେ ନିଜର ଋଣ କାଗଜପତ୍ର (ଏନଓସି ଇତ୍ୟାଦି) ବ୍ୟାଙ୍କଠାରୁ ଫେରସ୍ତ ପାଇବେ । ଏ ସଂପର୍କରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହା ଦ୍ୱାରା ବ୍ୟାଙ୍କ ଗ୍ରାହକମାନେ ଉପକୃତ ହେବାର ସମ୍ଭାବନା ରହିଛି ।

ଏବେ ଜଣେ ଋଣଗ୍ରହୀତା ନିଜ ଋଣ ସଂପୂର୍ଣ୍ଣଭାବେ ପରିଶୋଧ କରିବା ପରେ ମଧ୍ୟ ଠିକ ସମୟରେ ଏନଓସି, ବନ୍ଧକ ସଂପର୍କିତ କାଗଜପତ୍ର କିମ୍ବା ଅନ୍ୟ ଋଣ ସଂପର୍କିତ କାଗଜପତ୍ର ପାଇପାରୁନାହାନ୍ତି । ଏହି କାରଣରୁ ସେ ନୂଆ ଋଣ କିମ୍ବା ଅନ୍ୟ କୌଣସି କ୍ଲିୟରାନ୍ସ ପାଇଁ ଆବେଦନ କରୁପାରୁନଥିଲେ । ଏ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଋଣ ପରିଶୋଧ ପରେ ବ୍ୟାଙ୍କମାନେ ୧୫ ଦିନ ମଧ୍ୟରେ ଋଣ ସଂପର୍କିତ କାଗଜପତ୍ର ପ୍ରଦାନ କରିବେ । ସେଗୁଡ଼ିକୁ ଅକାରଣ ଅଟକାଇ ରଖାଯିବ ନାହିଁ ।

ଅନ୍ୟପକ୍ଷରେ ବ୍ୟାଙ୍କଗୁଡ଼ିକରେ ଅତିରିକ୍ତ ୭୦ ହଜାର କୋଟିର ପୁଞ୍ଜି ଭର୍ତ୍ତି କରାଯିବ ବୋଲି ସେ ଘୋଷଣା କରିଛନ୍ତି । ସେହିପରି ରେପୋରେଟ ସହିତ ବ୍ୟାଙ୍କଋଣକୁ ଲିଙ୍କ୍‌ କରାଯାଇଛି । ଅର୍ଥାତ ରିଜର୍ଭ ବ୍ୟାଙ୍କ ରେପୋହାର କମାଇଲେ ତାହା ଆପେ ଆପେ ବ୍ୟାଙ୍କମାନଙ୍କ ସୁଧହାର ରେ ପ୍ରତିଫଳିତ ହେବ ।

ସମ୍ବନ୍ଧିତ ଖବର