ସେପ୍ଟେମ୍ବର ଶେଷ ସପ୍ତାହରେ ଲଗାତାର ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଚଳିତ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ସାରା ଦେଶରେ ବ୍ୟାଙ୍କ ସେବା ଲଗାତାର ୪ ଦିନ ବନ୍ଦ ହେବାର ସମ୍ଭାବନା ରହିଛି । ଏହି ୪ ଦିନ ହେଉଛି ୨୬,୨୭,୨୮ ଓ ୨୯ ତାରିଖ । ଏହା ଦ୍ୱାରା ବ୍ୟାଙ୍କ ସେବା ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

କଥା ହେଉଛି ଆସନ୍ତା ସେପ୍ଟେମ୍ବର ୨୮ ଓ ୨୯ ତାରିଖ ଯଥାକ୍ରମେ ୪ର୍ଥ ଶନିବାର ଓ ରବିବାର ପଡୁଛି । ଏହି ଦୁଇଦିନ ସ୍ୱାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଏହାର ପୂର୍ବ ୨ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା ରହିଛି । କାରଣ ସରକାରଙ୍କ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଓ ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ୟୁନିୟନ ଗୁଡ଼ିକ ୨୬ ଓ ୨୭ ତାରିଖ ଧର୍ମଘଟ ଡାକରା ଦେଇଛନ୍ତି । ଆସନ୍ତା ନଭେମ୍ବର ୨ୟ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଧର୍ମଘଟକୁ ଯିବାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସଜବାଜ ହେଉଛନ୍ତି । ଗତ ଅଗଷ୍ଟ ୩୦ରେ ଦେଶର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରି ୪ଟି ବ୍ୟାଙ୍କରେ ପରିଣତ କରିବାକୁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସମ୍ବନ୍ଧିତ ଖବର