ଆସନ୍ତାକାଲିଠାରୁ ୩ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର: ବ୍ୟାଙ୍କ ସହ ଜଡିତ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କର ରହିଛି, ତେବେ ଆଜି ହିଁ ଆପଣଙ୍କ କାମ ଶେଷ କରିଦିଅନ୍ତୁ । କାରଣ ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ ।

ଜାନୁୟାରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଜାନୁୟାରୀ ୧୨ ତାରିଖ ମାସର ଦ୍ୱିତୀୟ ଶନିବାର ହୋଇଥିବା କାରଣରୁ ସମସ୍ତ ବ୍ୟାଙ୍କ  ବନ୍ଦ ରହିବ । ସେହିପରି ଜାନୁୟାରୀ ୧୩ ତାରିଖ ରବିବାର ଥିବାରୁ, ସ୍ୱାଭାବିକ୍ ଭାବେ ସାପ୍ତାହିକ ଛୁଟି  ହେତୁ ବ୍ୟାଙ୍କର  ବନ୍ଦ ରହିବ । ଏହା ପରେ ଜାନୁୟାରୀ ୧୩ ତାରିଖ ଅର୍ଥାତ ସୋମବାର ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ପାଇଁ ସମସ୍ତ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ ବ୍ୟାଙ୍କ।

ତେବେ କ୍ରମାଗତ ୩ଦିନ ଧରି ବ୍ୟାଙ୍କ  ବନ୍ଦ ରହୁଥିବାରୁ ବଜାରରେ ଅର୍ଥାଭାବ ଭଳି ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏଟିଏମ ଗୁଡିକରେ ଅଧିକ ଟଙ୍କା ରଖାଯିବା ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ କିଛି ସୂଚନା ହସ୍ତଗତ ହୋଇପାରିନାହିଁ । ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କ ସହ ଜଡିତ କିଛି ଜରୁରୀ କାମ ରହିଛି, ତେବେ ଆଜି ହିଁ ତାକୁ ଶେଷ କରିନିଅନ୍ତୁ । କାହିଁକି ନା କ୍ରମାଗତ ଭାବେ ୩ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ ।
ସମ୍ବନ୍ଧିତ ଖବର