ଆସନ୍ତାକାଲିଠାରୁ ୩ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ବର: ବ୍ୟାଙ୍କ ସହ ଜଡିତ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କର ରହିଛି, ତେବେ ଆଜି ହିଁ ଆପଣଙ୍କ କାମ ଶେଷ କରିଦିଅନ୍ତୁ । କାରଣ ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ ।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁୟାରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଜାନୁୟାରୀ ୧୨ ତାରିଖ ମାସର ଦ୍ୱିତୀୟ ଶନିବାର ହୋଇଥିବା କାରଣରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଜାନୁୟାରୀ ୧୩ ତାରିଖ ରବିବାର ଥିବାରୁ, ସ୍ୱାଭାବିକ୍ ଭାବେ ସାପ୍ତାହିକ ଛୁଟି ହେତୁ ବ୍ୟାଙ୍କର ବନ୍ଦ ରହିବ । ଏହା ପରେ ଜାନୁୟାରୀ ୧୩ ତାରିଖ ଅର୍ଥାତ ସୋମବାର ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ପାଇଁ ସମସ୍ତ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ ବ୍ୟାଙ୍କ।