ବେଦାନ୍ତର ‘ଏକ୍ସଟ୍ରୁଏଜ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ଅଭିଜିତ ପତିଙ୍କ ନେତୃତ୍ୱରେ କଂପାନି ପକ୍ଷରୁ ମୁମ୍ବାଇଠାରେ ଆଲୁମିନିୟମ୍‌ ଏକ୍ସଟ୍ରୁଡରଙ୍କ ପାଇଁ ଏକ ବୈଷୟିକ-ମାର୍କେଟିଂ କର୍ମଶାଳା ‘ଏକ୍ସଟ୍ରୁଏଜ୍‌’ ଆୟୋଜନ କରାଯାଇଥିଲା। ଏଥିରେ ଆଲୁମିନିୟମ ଏକ୍ସଟ୍ରୁସନ୍‌ ଉତ୍ପାଦନ କରୁଥିବା ୪୫ ଭାରତୀୟ ଏସ୍‌ଏମ୍‌ଇ ଅଂଶଗ୍ରହଣ କରିଥିଲେ। ଏକ୍ସଟ୍ରୁଡର୍‌ମାନଙ୍କ ସହ ଆଲୋଚନା ପାଇଁ ଏଆଇ କେନେଡି, ହେନରି ଭାନ୍‌ ଏବଂ ରାମ୍‌ ରମଣନ୍‌ ଭଳି ବକ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର