ଦୀର୍ଘ ଦିନ ଧରି ଫେସ୍‌ବୁକ୍‌ରେ ଚାଲିଥିବା ବିଏଫ୍‌ଏଫ୍‌(BFF) କମେଣ୍ଟର ପ୍ରକୃତ ସତ୍ୟ ଜଣାପଡ଼ିଲା

ନୂଆଦିଲ୍ଲୀ: କିଛି ଦିନ ହେବ ଆପଣ ଦେଖିବାକୁ ପାଇଥିବେ ଯେ ଫେସ୍‌ବୁକ୍‌ରେ ଏକ ବିଏଫ୍‌ଏଫ୍‌ ଟ୍ରେଣ୍ଡ୍‌ ଖୁବ୍‌ ଜୋର୍‌ ଚାଲିଛି। ହୁଏତ ଆପଣ ବି ନିଜ ଆକାଉଣ୍ଟ୍‌ ସୁରକ୍ଷିତ ଅଛି କି ନାହିଁ ଜାଣିବା ପାଇଁ କମେଣ୍ଟ୍‌ ବକ୍ସରେ ଏହି ତିନୋଟି ଅକ୍ଷର ଲେଖିଥିବେ। ଏ ସଂପର୍କରେ ଏବେ ଏକ ତଥ ହସ୍ତଗତ ହୋଇଛି। ହସ୍ତଗତ ହୋଇଥିବା ତଥ୍ୟ ମୁତାବକ, ଏହି କଥାର କୌଣସି ସତ୍ୟାସତ୍ୟ ନାହିଁ।

ଉଲ୍ଳେଖଯୋଗ୍ୟ, ଫେସ୍‌ବୁକ୍‌ରେ ଏକ ପୋଷ୍ଟ୍‍ ଦୃଶ୍ୟମାନ ହୁଏ। ଯେଉଁଥିରେ ଲେଖା ଥାଏ, ଫେସ୍‌ବୁକ୍‌ ନିର୍ମାତା ମାର୍କ ଜୁକରବର୍ଗ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଏକ ନୂତନ ବ୍ୟବସ୍ଥା ବାହାର କରିଛନ୍ତି। ଆପଣଙ୍କ ଆକାଉଣ୍ଟ୍‌ ସୁରକ୍ଷିତ ଅଛି କି ନାହିଁ ଜାଣିବା ପାଇଁ ଏହି ପୋଷ୍ଟ୍‍ର ତଳେ ବିଏଫ୍‌ଏଫ୍‌ ଲେଖନ୍ତୁ। ଆପଣଙ୍କ ଅକ୍ଷର ଯଦି ସବୁଜ ରଂଗର ହୁଏ ତେବେ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଆକାଉଣ୍ଟ୍‌ ସୁରକ୍ଷିତ ଅଛି।

ବାସ୍ତବ କଥା ହେଉଛ ମାର୍କ ଜୁକରବର୍ଗ ଏପରି କିଛି ବି ଘୋଷଣା କରିନାହାନ୍ତି। ଏପରି କରିବା ଦ୍ୱାରା ଯେଉଁ ବ୍ୟବହାରକାରୀଙ୍କର କମେଣ୍ଟ ବକ୍ସରେ ସବୁଜ ରଂଗ ହେଉନାହିଁ ସେମାନେ ଅଯଥାରେ ଭୟଭୀତ ହେଉଛନ୍ତି। ଫେସ୍‌ବୁକ୍‌ରେ ଲୋକଙ୍କ ସଂଯୋଗ ବଢ଼ାଇବା ପାଇଁ ପେଜ୍‌ ନିର୍ମାତାଙ୍କର ଏହା ଏକ ଯୋଜନା। ଏପରି କରିବା ଦ୍ୱାରା ତାଙ୍କ ପୋଷ୍ଟ୍‍ ସର୍ବାଧିକ ଭିୟୁ ହାସଲ କରିବ ବୋଲି ଆଶା ରଖି ସେ ଏପରି ଏକ ଗୁଜବ ଖେଳାଇଛନ୍ତି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର