ଏୟାରଟେଲର ନୂତନ ଅଫର, ଦିନକୁ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଟେଲିକମ୍‌ ସେକ୍ଟର ପ୍ରବେଶ କରିବା ପରେ ଭାରତୀ ଏୟାରଟେଲ ଜିଓକୁ ଟକ୍କର ଦେବା ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରିବାରେ ଲଗିଛି। ଏୟାରଟେଲ ନିକଟରେ ନିଜର ଅନଲିମିଟେଡ କମ୍ବୋ ପ୍ଲାନ୍‌ରେ ପରିବର୍ତ୍ତନ କରିଛି।

ଏୟାରଟେଲ ୩୪୯ଟଙ୍କା ଓ ୫୪୯ ଟଙ୍କାର ପ୍ଲାନ୍‌ରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ପରେ ବ୍ୟବହାରକାରୀ ୩୪୯ ଓ ୫୪୯ ପ୍ଲାନ୍‌ରେ ଅଧିକ ଡାଟା ପାଇ ପାରିବେ। ନୂତନ ପ୍ଲାନ୍‌ ମୁତାବିକ ୩୪୯ ଟଙ୍କାର ପ୍ଲାନ୍‌ରେ ଆପଣ ପ୍ରତିଦିନ ୨ଜିବି ଡାଟାର ଫାଇଦା ଉଠାଇ ପାରିବେ। ଏହାପୂର୍ବରୁ ଏହି ପ୍ଲାନ୍‌ରେ ଆପଣଙ୍କୁ ୧.୫ଜିବି ଡାଟାର ମିଳୁଥିଲା। ୩୪୯ ପ୍ଲାନ୍‌ରେ ପ୍ରତିମାସରେ ୫୬ଜିବି ଡାଟା ମିଳିବ।

ସେହିପରି ଏୟାରଟେଲ ୫୪୯ପ୍ଲାନ୍‌ରେ ବି ପରିବର୍ତ୍ତନ କରିଛି। ଏହି ପ୍ଲାନ୍‌ ଜରିଆରେ ଆପଣ ପ୍ରତିଦିନ ୩ଜିବି ଡାଟା ପାଇ ପାରିବେ। ଏହାପୂର୍ବରୁ ଏହି ପ୍ଲାନ୍‌ରେ ଆପଣଙ୍କୁ କେବଳ ୨.୫ଜିବି ଡାଟା ମିଳୁଥିଲା। କମ୍ପାନି ଏକ ମାସ ପୂର୍ବରୁ ଏହି ପ୍ଲାନ୍‌ ଜରିଆରେ ୨ଜିବି ଡାଟାକୁ ବୃଦ୍ଧି କରି ୨.୫ଜିବି କରିଥିଲା। ବର୍ତ୍ତମାନ ଏହି ପ୍ଲାନ୍‌ ଜରିଆରେ ଗ୍ରାହକ ପ୍ରତିଦିନ ୩ ଜିବି ଡାଟାର ଲାଭ ସହିତ ଅନ୍‌ଲିମିାଟେଡ ରେମିଂ କଲ୍‌ର ବି ସବୁିଧା ନେଇ ପାରିବେ।

ସମ୍ବନ୍ଧିତ ଖବର