ଭୁବନେଶ୍ୱରରେ ବ୍ରାଣ୍ଡେଡ୍‌ ଗାର୍ମେଣ୍ଟ ସେଲ୍‌

ଭୁବନେଶ୍ୱର: ହୋଟେଲ ନ୍ୟୁ ମାରିଅନ୍‌ ପରିସରରେ ବ୍ରାଣ୍ଡେଡ ପୋଷାକ ପ୍ରଦର୍ଶନୀ ଓ ବିକ୍ରି ଆରମ୍ଭ ହୋଇଛି। ଗ୍ରୀଷ୍ମ ଋତୁ ଏବଂ ବିବାହ ଋତୁ ପାଇଁ ଏଠାରେ ପୋଷାକ ଉପଲବ୍ଧ କରାଯାଇଛି। ଅବିଶ୍ୱସନୀୟ ଭାବେ କମ୍‌ ମୂଲ୍ୟରେ ଏଠାରେ ପୋଷାକ ଉପଲବ୍ଧ ହେଉଛି। ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ଏଠାରେ ଷ୍ଟାଇଲ ଏବଂ ଫେସନ୍‌ଯୁକ୍ତ ପୋଷାକ ମିଳୁଛି। ଏଠାରେ ୨୫ ହଜାରରୁ ଅଧିକ ପୋଷାକ ରହିଛି। ୩୦୦ ଟଙ୍କାରୁ ଏଠାରେ ସାର୍ଟ, ୪୦୦ ଟଙ୍କାରେ ଟ୍ରାଉଜର, ୮୦୦ ଟଙ୍କାରେ ବ୍ରାଣ୍ଡେଡ ଜିନ୍ସ, ୨୦୦ରୁ ୬୦୦ ଟଙ୍କାରେ ମହିଳା ପୋଷାକ ଉପଲବ୍ଧ ହେଉଛି।  ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହୁଛି।

ସମ୍ବନ୍ଧିତ ଖବର