ବିଦ୍ୱାନ କ୍ଲାସେସ୍‌ ପକ୍ଷରୁ ସେମିନାର୍‌

ଭୁବନେଶ୍ୱର: ବିଦ୍ୱାନ କ୍ଲାସେସ୍‌ ପକ୍ଷରୁ ବାଲୋବରରେ ଏକ କ୍ୟାରିଅର ପରାମର୍ଶ ସେମିନାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଓଟି ରୋଡ୍‌ର ଗାନ୍ଧୀ ସ୍ମୃତି ଭବନ ପରିସରରେ ଗତ ୪ ତାରିଖ ଅପରାହ୍‌ଣରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୱାନର ବିଶେଷଜ୍ଞ ଯଥା ଜ୍ୟୋତି ରଂଜନ ତ୍ରିପାଠୀ, ଶୁଭେନ୍ଦୁ ଦାଶ, ଶ୍ୟାମ ସୁନ୍ଦର ରମଣ ଓ ଜନ୍ମେଜୟ ମଣ୍ଡଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଦଶମ ଶ୍ରେଣୀ ପରୀକ୍ଷାରେ କିଭଳି ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ ଏବଂ ସଠିକ୍‌ କ୍ୟାରିଅର୍‌ ଚୟନ କରିବେ ସେ ନେଇ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର