ଡିଏନ୍‌ ରେଗାଲିଆରେ ଖୋଲିଲା ବିଗ୍ ବଜାର୍‌

ଭୁବନେଶ୍ବର: ପାତ୍ରପଡ଼ା ଠାରେ ଥିବା ଡିଏନ୍‌ ରେଗାଲିଆ ମଲ୍‌ରେ ବିଗ୍ ବଜାରର ନୂଆ ଷ୍ଟୋର୍‌ ଖୋଲିଛି। ଏହାକୁ କଂପାନିର ପୂର୍ବାଞ୍ଚଳ ବ୍ୟବସାୟ ମୁଖ୍ୟ ମନିଷ ଅଗ୍ରୱାଲ୍ ଉଦ୍‌ଘାଟନ କରିଛନ୍ତି। ଏହି ଷ୍ଟୋର୍‌ଟି ବରମୁଣ୍ଡା, ଖଣ୍ଡଗିରି, ଜାଗମରା, ଭଗବାନପୁର, ଡୁମୁଡୁମା, କଳିଙ୍ଗ ବିହାର, ପାତ୍ରପଡ଼ା, ତମାଣ୍ଡୋ, ସିଜୁଆ, ଭରତପୁର, ଯାଁଳା ଏବଂ ରଘୁନାଥ ନଗର ଅଞ୍ଚଳର ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବ। ସହରରେ ଏହା ହେଉଛି କଂପାନିର ପଞ୍ଚମ ଷ୍ଟୋର୍‌ ଯାହାକୁ ୩୦ ହଜାର ବର୍ଗଫୁଟରେ ନିର୍ମାଣ କରାଯାଇଛି। ଏଥର ନୂଆ ଢାଞ୍ଚାରେ ଷ୍ଟୋର୍‌କୁ ପ୍ରସ୍ତୁତ କରାଯାଇଛି ଯାହା ଗ୍ରାହକଙ୍କୁ ଅନନ୍ୟ ସପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। ଆଗାମୀ ଦିନରେ ପାହାଳ ଠାରେ ଥିବା ସିମ୍ଫୋନି ମଲ୍‌ରେ ନୂଆ ବିଗ୍ ବଜାର ଷ୍ଟୋର୍‌ ଖୋଲିବ ବୋଲି ସେ ସୂଚନା ଦେଇଛନ୍ତି। ଭୁବନେଶ୍ବର ବ୍ୟତୀତ ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ବିଗ୍ ବଜାର ଏହାର ଷ୍ଟୋର୍‌ ଖୋଲିଛି। ଭବିଷ୍ୟତରେ ଏହା ବ୍ରହ୍ମପୁର, ବଲାଙ୍ଗୀର ଏବଂ ବାଲେଶ୍ବରରେ ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖିଛି। ବିଗ୍ ବଜାରରେ ଗ୍ରାହକମାନେ ପୋଷାକ ଠାରୁ ଆରମ୍ଭ କରି ପନିପରିବା, ଘରକରଣା, ରୋଷେଇ ସାମଗ୍ରୀ, ବାସନକୁସନ ସମେତ ଆହୁରି ଅନେକ ପ୍ରକାରର ସାମଗ୍ରୀ କିଣିପାରିବେ।

ସମ୍ବନ୍ଧିତ ଖବର