ବିଗ୍‌ ବଜାରର ରୂପଶ୍ରୀ ରଜ ପ୍ରତିଯୋଗିତା

0 93

ଭୁବନେଶ୍ୱର: ବିଗ୍‌ ବଜାର ପକ୍ଷରୁ ରୂପଶ୍ରୀ ରଜ ପ୍ରତିଯୋଗିତା ବିଷୟରେ ଘୋଷଣା କରାଯାଇଛି। ଆଜି ମାର୍କେଟ୍‌ ବିଲ୍‌ଡିଂ ପରିସରରେ ବିଗ୍‌ ବଜାର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ଜରିଆରେ ‘ଓମେନ୍‌ ଅଫ୍‌ ସବ୍‌ଷ୍ଟାନ୍ସ’ର ସନ୍ଧାନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଏଲିନା ସମାନ୍ତରାୟ ଅଂଶଗ୍ରହଣ କରିଛନ୍ତି। ସାରା ରାଜ୍ୟରେ ଥିବା ୯ଟି ବିଗ୍‌ ବଜାର ଷ୍ଟୋର୍‌ ଜରିଆରେ ରୂପଶ୍ରୀ ରଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିହେବ। ପ୍ରତିଯୋଗିତାର ବିଚାରକମାନେ ହେଉଛନ୍ତି ଜୟଶ୍ରୀ ମହାପାତ୍ର, ଅରୁଣା ମହାନ୍ତି ଏବଂ ରୋଜାଲିନ୍‌ ମିଶ୍ର। ରୂପଶ୍ରୀ ରଜ ପାଇଁ ଚୟନ ପ୍ରକ୍ରିୟା ମେ’ ୩୧ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.