ବିପିନ ଆନନ୍ଦ ଏଲ୍‌ଆଇସିର ନୂଆ ଏମ୍‌ଡି

ମୁମ୍ବାଇ: ଭାରତୀୟ ଜୀବନ ବିମାନ ନିଗମ (ଏଲ୍‌ଆଇସି)ର ପରିଚାଳନା ନିର୍ଦେଶକ (ଏମଡି) ଭାବେ ବିପିନ ଆନନ୍ଦ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ ମାସ ୧୪ ତାରିଖରେ ଭାରତ ସରକାର ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲେ। ଏମଡି ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ଏଲଆଇସିର ପଶ୍ଚିମାଞ୍ଚଳ ମୁଖ୍ୟ ଭାବେ ମୁମ୍ବାଇଠାରେ କାର୍ଯ୍ୟଭାର ସମ୍ଭାଳୁଥିଲେ। ପୂର୍ବରୁ ସେ ମଧ୍ୟ ପାଟଣାଠାରେ ଏଲଆଇସିର ପୂର୍ବ କେନ୍ଦ୍ରୀୟ ଜୋନ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଦୀର୍ଘ ୩୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଏଲଆଇସିର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହି କାର୍ଯ୍ୟଭାର ଦକ୍ଷତାର ସହ ସମ୍ପାଦନ କରିଛନ୍ତି। ଶ୍ରୀ ଆନନ୍ଦ ସିଆଇଆଇର ବୀମା ଓ ପେନସନ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର